ପାଇଲେ ସମୟ ଫେରିବି ନିଶ୍ଚୟ।
ପାଇଲେ ସମୟ ଫେରିବି ନିଶ୍ଚୟ।
ଦେଖୁ ଥିଲି ଏ ଧରାକୁ
ଯେବେ ପ୍ରସ୍ଫୁଟିତ ମନେ,
ସୁଗନ୍ଧିତ ଚତୁର୍ଦ୍ଦିଗ
ତୁମ ଆଶିଷେ ଦିନେ ।
ବିକ୍ଷିପ୍ତ ଏ ପରିଚୟ
ମୃତ୍ୟୁ ଠାରୁ ହୀନ,
ଯାହା ରଚିଲୁ ସଂସାରେ
କଳି କରିଗଲା ନ୍ୟୁନ।
ଆସକ୍ତିର ଜନ୍ମ ଏଠି
ପାପ କର୍ମ ଯାଏଁ,
ପାଦ ଥାପି ବଢି ଚାଲେ
କାଳ ମୁଖ ଯାଏଁ ।
ଚାତୁର୍ଯ୍ୟର ଅପରୂପ
କଳି କଲା ଯେ ମଳିନ,
ଇଚ୍ଛା ଆଜି ଭଗ୍ନକୋଠି
ସହେ କଳିର ଦମନ।
ଛାଡିବାକୁ ଇଚ୍ଛା ମରେ
ଏକା ଛାଡ଼ି ଏ ଭୁବନ,
ପୁଣି ଦିନେ ଜନ୍ମ ନେବି
ପ୍ରାୟଶ୍ଚିତ ପାଇଁ ଏ ଭୁବନ।
ଅର୍ଧଯ୍ଯ ମୋ ଆତ୍ମା ଆଜି
କାଳ ବେଳ ଦେଖି,
ପାପ ଆସନକୁ ଛାଡି
ସଂସାର ଛାଡିବ ଏ ଆଖି।
ଅଣଲେଉଟା ଏ ଜୀବନ
ପୁଣି ପ୍ରବେଶିବ,
ଆତ୍ମା ଯେ ଅମର
କାଳ କାହୁଁ ଯେ ଗ୍ରାସିବ।
ପୁନଶ୍ଚ ପ୍ରୟାସିବି
ବେନି ଦେଖିକି ତୁମର,
ଆସିବାକୁ ଚେଷ୍ଟିତ ଯେ
ପାଦ ମୋ ଅଧିର ।
ତ୍ରାହି ପାଇ ଯିବ ଆତ୍ମା
ନିପଟରୁ ପାପୀ,
ଲଭୁ ଥିବି ବାରମ୍ବାର ପ
ଜନ୍ମ ନେଇ ଏଠି।
ପାଇଲେ ସମୟ ଫେରିବି ନିଶ୍ଚୟ
ମେଘ ମଲ୍ଲାରକୁ ନେଇ,
ଯାହା ଛାଡି ଥିଲି ଦିନେ
ଭିଜିବାକୁ ପୂଣ୍ୟତୋୟା ଦେଇ ।
