STORYMIRROR

Debasish Dikshit

Inspirational Others

3  

Debasish Dikshit

Inspirational Others

ଅବଶୋଷ

ଅବଶୋଷ

1 min
189

କିଛି ତୁମ କଥା କିଛି ମୋ କଥା

ରହିଗଲା ସେ ସ୍ଥିର ହୋଇଯାଇଥିବା

ଭଙ୍ଗା ଦୁର୍ଗରେ,

କିଛି ମୋ ମନର ଅବଶୋଷ

କିଛି ତୁମ ମନର

ଭସା ଭସା ବାଦଲ।


କିଛି ଅପୂର୍ଣ୍ଣତାରୁ ପୂର୍ଣ୍ଣତା

ଆଡକୁ ଗତିରେ

ସ୍ଥିର ହୋଇଯାଇଥିଲା ସମୟ,

ଜରାଜୀର୍ଣ୍ଣ ଏଇ ସ୍ବପ୍ନର କବଚ

ଆଜି ଭୟଭୀତ କରାଏ ଭାଙ୍ଗିବାର ।


ମେଘର ଗର୍ଜନରେ ନିଦାଘର ପ୍ରଭାବ

ଅଥୟ କରେ,

ମାଡି ଆସେ ଅଦେଖା ସ୍ଵପ୍ନ

ଧୂଳିସାତ୍ କରିବାକୁ

ଏଇ ଦେଖିଥିବା ସ୍ବପ୍ନର ଗଭୀରତାକୁ।


ଆଜି ଅପହରଣ ହେଇ ଯାଇଛି

ଏ ଅପଟୁର ସ୍ଵପ୍ନ ,

ଉଇଁବା ଆଗରୁ ଅନ୍ଧକାରମୟ

ତୁମ ସ୍ଵପ୍ନ ଠୁ ମୋ ବ୍ୟଥା,

କିଛି ଅନିୟମିତତା ତୁମ ସ୍ବପ୍ନର ମାୟା

ହଜାଏ ବାରମ୍ବାର

ଅସ୍ପଷ୍ଟ ଅନ୍ଧକାରର କାୟାରେ।


ମଧୁବନର ମଧୁରତା ଭରିଥିଲା

ସେ ବସନ୍ତ,

ଋତୁର ପରିବର୍ତ୍ତନ ଓ ମୋ ଜୀବନର ବିଡ଼ମ୍ବନା

ଅସହନୀୟ କରିଦେଲା ହୃଦୟକୁ,

ଆଜି ସାଧିବାକୁ ଚାହେଁ ସେ ସ୍ବପ୍ନକୁ

ଯାହା ସତ ହୋଇ ପାରେନା

ହେଲେ କିଛି କ୍ଷଣର

ମୃତ୍ୟୁ ଦେଇପାରେ,

କୁହୁଳି କୁହୁଳି କିଏ ବା ସହସ୍ର ବର୍ଷ ବଞ୍ଚିଛି

ପ୍ରତି ଥର ତୁମ ପ୍ରେମ ସ୍ପର୍ଶ

କୁହୁଳେଇ ଦିଏ ମୋ ପ୍ରେମର ନିଆଁକୁ।


କିଛି ତୁମ କଥା କିଛି ମୋ କଥା

ଏ ସ୍ବପ୍ନର ମରୀଚିକା

ଏ କେବଳ କଥାରେ ହିଁ ରହିଯାଏ,

ଯାହା କେବେ ସତ ହୋଇ ପାରେନା

ଯାହା କେବେ ଶେଷ ହୋଇ ପାରେନା ।

            



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational