Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debasish Dikshit

Thriller Others

4.5  

Debasish Dikshit

Thriller Others

ପାଇବା ଆଶାରୁ ପ୍ରାପ୍ତିର ଠିକଣା

ପାଇବା ଆଶାରୁ ପ୍ରାପ୍ତିର ଠିକଣା

1 min
310


ଛାମୁଙ୍କ ପ୍ରାସାଦେ ଠିଆପାଲା ଦେଖି

ହୁରି ପଡେ ଗାଆଁ ଦାଣ୍ଡେ,

ନଟ ନାଗର ଯେ ନାଟକୁ ଲଗାଇ

ଦେଖେ ବସି ବ୍ରହ୍ମାଣ୍ଡେ ।


ନ ଜାଣନ୍ତି କେହି ସୂତ୍ର ଧାରା ସେହି

ନିଜ ନାଟେ ଯେ ନାୟକ,

ବାନ୍ଧିଛି ଏମିତି ଡୋରି ଲଗେଇଛି

ଛାଡ଼ି ହୁଏ ନାହିଁ ପଥ ।


ଛାମୁଙ୍କ ଆଦେଶ ଶୁଣି ଏ ଚାତକ

ଅପେକ୍ଷାରେ ଟିକେ ସୁଖ,

ମାସ ତ ପୁରିଲା କାଳ ପହଞ୍ଚିଲା

କୋଶେ ଦୂରେ ଥିଲା ସୁଖ ।


ପ୍ରଜା ଆଡୁଆଳେ ଭୁଲି ଗଲ କିସ

କହି ଥିଲ ସେ କ୍ଷଣେ,

ଅନୁକମ୍ପା କରିଥିଲି ହେ ରାଜନ

କିବା ନ ପଡିଲା ମନେ ?


ତୁମ୍ଭ ଅଗଣାରେ ଟେକି ଦେଇ ହାତ

ଯାଚନା କରିଛି ନାଥ,

ତୁମ୍ଭ ନାମ ଗାଇ ଚାଲିଛି ଜୀବନ

ପାଇବାକୁ ତୋର ତୀର୍ଥ ।


ଲୋଡ଼ା ନଥିଲା ଯେ ମାଣିକ ରାଜନ

ବିଭବର ଅଧିକାର,

ଆଡ଼ମ୍ବର ଥିଲା କର୍ମ ହେ ରାଜନ

ନିଜକୁ ତ ଗଢିବାର ।


ଜାଣିଲି ଜୀବନ ବିରାଟ ଯେସନେ

ଭୋକ ଠାରୁ ଶତ୍ରୁ ନାହିଁ ,

ଆକାଶେ ଅମ୍ବର ମା' ର ଛାତିରେ

କଟେ ମୋ ଜୀବନ ଯୂଇ ।


ସଂସାର ସାଗରେ ଧରି ଥିଲି ନାଆ

ତୋର ଆଦେଶକୁ ପାଇ,

ଏଡେ ହଟହଟା ଛାମୁଙ୍କର କୃପା

ଦେଖା ନ ମିଳିଲା ତହିଁ ।


ଯାଏ କିଛି ବାଟ ଫେରେ ବହୁ ବାଟ

ଧରି ମୋ ଜୀବନ ନଟି,

ବତାସ ଆସିବ ଲହଡି ଭାଙ୍ଗିବ

ସରି ଯିବ ମୋର ରାତି ।


ଜାଣିଛି ଜୀବନ କଣ୍ଟକିତ ପୂର୍ଣ୍ଣ

ମୃତ୍ୟୁ ଠାରୁ ସୁଖ ନାହିଁ,

ଶେଷ ନିଦ୍ରା ଯାହା ଅନନ୍ତ ଦିନର

ନୀରବରେ ଆସେ ଧାଇଁ ।।


Rate this content
Log in

Similar oriya poem from Thriller