STORYMIRROR

Kabiratna Nutan Kumar Behera

Action Classics Thriller

4  

Kabiratna Nutan Kumar Behera

Action Classics Thriller

ମୟୂରଭଞ୍ଜର କାଠୁଆ ଶୀତ

ମୟୂରଭଞ୍ଜର କାଠୁଆ ଶୀତ

1 min
233


ଶୀତରେ ଧସେଇ ଆସନ୍ତି ପୌଷ ମାଘ

ବଡ଼ଦିନ ନୂଆ ବରଷକୁ ନିଜ ସାଥୀରେ ଧରି

ମୟୂରଭଞ୍ଜର ଶିମିଳିପାଳ ଅଭୟାରଣ୍ୟ

ସବୁ ଶୀତକୁ ତାର ଚିପୁଡି ଦିଏ

ଓଦା ଗାମୁଛା ଚିପୁଡିଲା ପରି ଭିଡ଼ି ମୋଡ଼ି

ଶାଳ ପିଆଶାଳ ମହୁଲ ଗଛର ଛାଇ ତଳେ

ବୁଢ଼ାବଳଙ୍ଗର ଶୀତଳ ଜଳରାଶି

ବରଫ ପାଲଟି ଯାଇ ଶୀଥିଳ କରି ଦିଏ 

ଦେହର ଫୁଟୁଥିବା ଉଷୁମ ରକ୍ତକୁ

ସେ ଶୀତରେ କାଲୁଆ ପଡ଼ନ୍ତି ହାତ ଗୋଡ଼ 

ଥରୁ ଥରୁ କମ୍ପି ଠକ୍ ଠକ୍ ବଜାନ୍ତି ଦାନ୍ତ

ଦିନ ଦ୍ଵିପ୍ରରରେ ବି ଟୋପି ସ୍ବୁଏଟର

ଛାଡ଼ିବାକୁ ମନ ହେଉ ନ ଥାଏ କାହାରି

ସଞ୍ଜ ହେଉ ନ ହେଉଣୁ ବେଙ୍ଗ ସାପ ପରି

ସଭିଏଁ ଶୀତନିଦ୍ରାରେ ହଜନ୍ତି ଘୁଙ୍ଗୁଡ଼ି ମାରି

ରେଜେଇ କମଳରେ ଏ କାଠୁଆ ଶୀତକୁ ଜାକି

ଚାଷି ମୂଲିଆ ଡରନ୍ତି ନାହିଁ ଜମାରୁ ତିଳେ

ଧାନ ଅମଳରେ ବ୍ୟସ୍ତ ରହିଥାନ୍ତି ଖଳାରେ 

ଖରାବେଳୋ ଯାଏଁ ରଖନ୍ତି ତାକୁ ବାନ୍ଧି 

ପିଲାଝିଲା ଯେତେ ସେ ଶୀତକୁ କରି ଢ଼ିଲା

ଖେଳ କୁଦରେ ହୁଅନ୍ତି ଠେଲାପେଲା

ନ ଡରି ତାକୁ ତଡ଼ି ଦିଅନ୍ତି ମାରି ଢ଼େଲା

ବରିଷ୍ଠ ନାଗରିକ ବଡ଼ଭାଇ ମଉସା ମାନେ

ଶୀତକୁ ଘଉଡ଼ାଇ ଦିଅନ୍ତି ସକାଳ ବୁଲା ବୁଲି

ଫେରି ଆସି ପୁଣି ଜମା ଦିଅନ୍ତି

ଘର ଅଗଣାର ତତଲା ଚା' କପ୍ କୁ ଚୁମି

ଗାଁ ଠୁ ସହର ବଜାର ତ ଗାଡ଼ି ମଟର ଭିଡ଼

ଶୀତକୁ ଉଡ଼ାଇ ଦିଅନ୍ତି ଫାଙ୍କା ପବନରେ

ଗଣପର୍ବ ମକର ଆସେ ମୁରୁକି ମୁରୁକି ହସି

'ମକରକୁମା' ରେ ଶୀତକୁ ଦିଅନ୍ତି ପୋଡ଼ି

ଆନନ୍ଦ ଉଲ୍ଲାସେ ଫୁଟାଇ ବାଣ ବଜାନ୍ତି ଗୀତ

ନୂଆ ଜାମାପେଣ୍ଟ୍ ଯୋଡରେ ଯୋଡ଼ି ହୋଇ

ଫି ବରଷ ଶୀତ ଆସେ ଶୀତ ଯାଏ 

ସାରା ଓଡ଼ିଶାକୁ କରି ହେମାଳ ଥରାଇ ଦିଏ

ମାଘର ଶୀତ ହେଲେ ବି ବାଘ ପରି

ମେହନତିର ଫଳ ଫଳାଇ କରେ ଲାଘବ

ଏ ମୟୂରଭଞ୍ଜର କାଠୁଆ ଶୀତ

ଛାଡ଼ିଗଲେ ଚାଲି ଲାଗେ ଛାଡ଼ିଗଲା କି ମିତ ?

            


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action