ନିର୍ବାଚନ ନାଟ
ନିର୍ବାଚନ ନାଟ


ନିର୍ବାଚନ ହୋଇସାରିଛି ଆଡ଼ମ୍ବର ଭରା ନାଟ,
ତୋଷାମଦିଆ ମିଥ୍ୟା ବଚନରୁ ମିଳୁଛି ଚୋଟ,
ନାଟୁଆ ନେତାଙ୍କର ହୋଉଛି ଯେ ଭେଟଭାଟ,
ଜନମତ ହେତୁ ହେଉଛନ୍ତି ଦିନରାତି ଛଟପଟ |୧|
ଅବ୍ୟବହାରିକ ପ୍ରକଳ୍ପର ଦେଖାନ୍ତି କାଳ୍ପନିକ ଚିତ୍ରପଟ,
ଅମୀମାଂସିତ ରୁହେ ଜଟିଳ ଜଞ୍ଜାଳର ଜଟାଜୂଟ ଝୋଟ,
ଦାମ୍ଭିକ ବାଚାଳ ରାଜନେତାଙ୍କୁ ମତଦାତା କରନ୍ତୁ ଚିହ୍ନଟ,
ଛଳ-କପଟ କରି ବାରବୁଲା ନେତା ସୃଷ୍ଟି କରନ୍ତି ସଙ୍କଟ |୨|
ରାଜନୈତିକ ଦଳ ଝଟପଟ କରନ୍ତି ଜନମତ ହେତୁ ଝପଟ,
ପ୍ରଲୋଭନ ଲାଗି ବିଭିନ୍ନ ଭେଟିର ବସେ କ୍ଷଣସ୍ଥାୟୀ ହାଟ,
ଯାହା ପଛପଟରେ ଥାଏ ନିଜ ଉଚ୍ଚାକାଂକ୍ଷା ପୂରଣର ବାଟ,
ଧପ୍ପାବାଜ ନିକଟରେ କାର୍ଯ୍ୟକ୍ରମ ତାଲିକା ସଦା ଥାଏ ବିକଟ |୩|