ସ୍ନିଗ୍ଧ ହେଲା ମନ
ସ୍ନିଗ୍ଧ ହେଲା ମନ


ସ୍ତବ୍ଧ ହେଲା ମନ,
ସ୍ନିଗ୍ଧ ହେଲା ମନ,
ଚାନ୍ଦିନୀ ଭରିଲ,
ମୋ ଆଖି ଆଗେରେ ।
ହଜିଲା ମୋ ଧ୍ୟାନ,
ଖୋଜିଲି ମୋ ମନ,
ଏ ଯେ ପ୍ରେମର ସ୍ପନ୍ଦନ,
ସାଜିଲି ସୁନ୍ଦର ସପନ ।
ଆଉ ବୁଝୁ ନାହିଁ
ଆଉ ବୁଝୁ ନାହିଁ
ଆଉ ବୁଝୁ ନାହିଁ ମୋ ମନ ।
ଚାହୁଁଚି ମୁଁ ଚାହୁଁଚି
ଚାହୁଁଚି ମୁଁ ଚାହୁଁଚି ।
ତୁମ ପ୍ରେମ ଚାହୁଁଚି ହେ କୁସୁମ
ତୁମ ସହ ବିତିଯାଉ ଏହି ଜନମ ।
ରହିଗଲା ମନ ତୁମ ପାଖେରେ,
ମୋ ଜୀବନ ତୁମରି ହାତରେ ।
ସ୍ତବ୍ଧ ହେଲା ମନ,
ସ୍ନିଗ୍ଧ ହେଲା ମନ,
ଚାନ୍ଦିନୀ ଭରିଲ,
ମୋ ଆଖି ଆଗେରେ ।