Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ସୁରେନ୍ଦ୍ର ନାଥ ସାହୁ ରିକ୍ସାବାଲା

Drama

4  

ସୁରେନ୍ଦ୍ର ନାଥ ସାହୁ ରିକ୍ସାବାଲା

Drama

ପୁରୁଷ।

ପୁରୁଷ।

1 min
440


ପୁରୁଷ କିଏ ?

ପୂଲିଙ୍ଗ ଧାରି ମାନବୀୟ ଜ୍ଞାନ

ନା ପୌରୁଷତ୍ବର 

ବାସ୍ତବରେ କିଛି ଅର୍ଥ ଅଛି?

ରୁରୁଷ ମାନେ ମୁଁ ବୁଝୁଛି

ବାସ୍ତବରେ ଯିଏ ପର ପାଇଁ ଜିଇଁଛି।

ହେଲେ ୟେ ସଂସାରରେ

ପର କିଏ ଅଛି?

ସିଏ ଯାହାକୁ ଆମେ ନିଜର ଭାବନ୍ତି ନାହିଁ

ନା ଯାହା ସହିତ

ଆମର କିଛ ରକ୍ତଗତ 

ଅବା ଭାବନାତ୍ମ ସ୍ବାର୍ଥ ନିହିତ ନାହିଁ?

ଯଦି ଭାବନା ହିଁ ମୁଖ୍ଯ

ତେବେ ରକ୍ତର କଣ ମହତ୍ବ ଅଛି?

ମୁଁ ଭାବୁଛି

ମୁଁ ଜଣେ ମଦୁଆ

ମଦୁଆ କିଏ?

ଯିଏ କେବେ କେବେ ମଦ ପିଏ

ନା ସବୁ ବେଳେ ପିଏ?

ମଦର ମାନେ ମୁଁ ଭାବେ ଏକ ନିଶା

ଯାହା ବିନା ମଣିଷ

ଚାହିଁ କରି ବି ବଞ୍ଚି ପାରେ ନାହିଁ।

ମୁଁ ଭାବେ ଯିଏ

ଅନ୍ଯ ପାଖରେ ନିଜକୁ ବିକି ବଞ୍ଚେ

ସିଏ କଣ ଜଣେ ନଶେଡି?

ନା ନାହିଁ?

ତେବେ ନିଶା କରି ବି

ଜଣେ ନିଶାଡି ଜଣେ ନିଶାଡିକୁ 

ଘୃଣା କାହିଁରି କରେ?

କାରଣ ତା ନିଶା ଅନ୍ଯ ନିଶା ଠାରୁ ଅଲଗା।

ଏତେ ପ୍ରଶ୍ମ କରିଚାଲିଲେ

ଅନନ୍ତ କାଳ ଯାଏଁ

ପ୍ରଶ୍ନ ହିଁ କରି ଚାଲିଥିବ

ତେବେ ପୁରୁଷର ମାନେ ପାଇବା ଅସମ୍ଭବ।

ହେଲେ ସମ୍ଭବ କଣ?

ପ୍ରଶ୍ନ ନ କରିବା ନା ବିବେକ ବିବେଚନାରେ ଚାଲିବା?

ତେବେ ରାବଣ?

କଂସ?

ହିଟଲର?

ତାଙ୍କ ବିବେକ ହିସାବରେ ଚାଲୁଥିଲେ

ନା ଆଉ କଣ?

କିଏ ଉତ୍ତର ଦେବ?

ମାନବୀୟ ତର୍କ ତର୍ଜମା

ନା ଅନିଚ୍ଛା ସତ୍ବେ ଯାହାକୁ ଆମ୍ ମନେ ରଖନ୍ତି?

ଏମାନେ ବି ବୋଧେ ଅମର

ନଚେକ୍ ଆମେ ତାଙ୍କୁ ମନେ କଣ ପାଇଁ ରଖିଥନ୍ତି?

କଣ ଏମାନଙ୍କ ଉଦାହରଣ ନ ଦେଇ

ସତ୍ଯକୁ ସ୍ଥାପନା କରିବା ଅସମ୍ଭବ?

ହଁ ଆଜି ଯାଏଁ

ମୁଁ ଯାହା ପଢିଛି

ତାହା ଏପରି ଦୃଷ୍ଟି ଗୋଚର ହେଉଛି?

ତାହା ହେଲେ ପୁରୁଷ ପଣିଆ କଣ

ପୁରୁଷତ୍ବକୁ ବୁଝିବା

ନା କିଛି ଉଦାହରଣ ସୃଷ୍ଟି କରିବା?

ଯଦି ଉଦାହରଣ ହିଁ 

ପୁରୁଷତ୍ବର ମାପ କାଠି

ତେବେ ପୁରୁଷତ୍ବର ମାନେ କଣ?

ପୁରୁଷର ମାନେ କଣ?

ଯାବାକୁ ଆମେ ଘୃଣା କରନ୍ତି 

ସିଏ ଅନ୍ଯ କାହା ପାଇଁ ଆଦର୍ଶ ଅଟେ

ନୁହେଁ କି?

ପୁରୁଷପ ମାନେ

 ବୋଧେ ଆମେ କିଛି ବୁଝି ନାହାଁନ୍ତି।



Rate this content
Log in

Similar oriya poem from Drama