STORYMIRROR

ସୁରେନ୍ଦ୍ର ନାଥ ସାହୁ ରିକ୍ସାବାଲା

Classics

4  

ସୁରେନ୍ଦ୍ର ନାଥ ସାହୁ ରିକ୍ସାବାଲା

Classics

ପ୍ରେମ ତୁମେ ଧରିତ୍ରୀରେ।

ପ୍ରେମ ତୁମେ ଧରିତ୍ରୀରେ।

1 min
452

ପ୍ରେମ ତୁମେ!

ଭସାବାଦର ମଲ୍ହାର ନୁହଁ ଯେ

ଦେଖି ଲେଖି ଭୁଲିଯିବି।

ପ୍ରେମ ତୁମେ।

ଦୋକାନ ବଜାର ଦରବ ନୁହଁ

ମୂଲ୍ଯ ଦେଇ କିଣି ନେବି।

ପ୍ରେମ ତୁମେ!

ନୁହଁ ପରଦେଶୀ ବନ୍ଧୁ

ଆସି ପୁଣି ଫେରିଯିବ

ପ୍ରେମ ତୁମେ!

ମୋହର ବିଶ୍ବାସ ନୁହଁ ଖାଲି

କେବେ ଯେ ଭାଙ୍ଗିଯିବ

ପ୍ରେମ ତୁମେ!

ମୋ ପ୍ରାଣ ବାୟୁ

ରହିଥିବ ସାଥିରେ

ଯେବ ଯାଏଁ ନିଶ୍ବାସ ମୋ ଚାଲୁଥିବ।

ପ୍ରେମ ତୁମେ!

ଜୀବନ ବଳିବେଦୀରେ

ପ୍ରାଣ ଟିଏ ପୂତ ଆତ୍ମାରେ

ତ୍ଯାଗର ଜୀବନ୍ତ ବିଭୂତି

ବିରଳ ତପବାଦୀ ସ୍ବର୍ଣ୍ଣଦୀ

ଏହି ଧରିତ୍ରୀରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics