STORYMIRROR

Chittaranjan Nanda

Classics

3  

Chittaranjan Nanda

Classics

ଲୋଡା ନାହିଁ ଯୁଦ୍ଧ କ୍ଷେପଣାସ୍ତ୍ର

ଲୋଡା ନାହିଁ ଯୁଦ୍ଧ କ୍ଷେପଣାସ୍ତ୍ର

1 min
298


ଶାସ୍ତ୍ର ମାନଙ୍କରେ ବର୍ଣନା ହୋଇଛି 

ସତ୍ୟ ଅହିଂସାର ମହତ୍ୱ, 

ବିଶ୍ୱାସ କଲେ ଭଗବାନ, ନହେଲେ

ପଥର, ଏ ଯେ ଗୁଢ ତତ୍ତ୍ୱ ।


ଅହିଂସା କରିଲେ ତୁମ ମୁଖ୍ୟ ଅସ୍ତ୍ର

ସ୍ନେହ ପ୍ରେମର ଛବି ପାଇବ

ଏଇ ତ ମୋ ଭାରତର ତତ୍ତ୍ୱ, ବିଶ୍ବରେ 

ପ୍ରସିଦ୍ଧି ପାଇଛି, ପାଇ ଆସୁଥିବ ।


ଗୀତା, ଭାଗବତେ ସତ୍ୟ, ଅହିଂସା ଓ

ତ୍ୟାଗ ହେଉଛି ଆମର ବ୍ରତ

କାମନାର ବିନାଶରେ ଦୁଃଖର ବିନାଶ,

ବୁଦ୍ଧଦେବ ଦେଇଛନ୍ତି ଏଇ ମନ୍ତ୍ର ।


ବାପୁଜୀଂକ ଅହିଂସାର ମନ୍ତ୍ର ଦ୍ୱାରା  

ଜାଗିଲା ଭାରତ ବର୍ଷ,

ଫିରଙ୍ଗୀର ଅସ୍ତ୍ର ହାରି ଯାଇଥିଲା, 

ଅହିଂସା ଆମର ଆଦର୍ଶ ।


ବୋଲାନ୍ତି ବର୍ତ୍ତମାନର ନେତାବୃନ୍ଦ

ଅହିଂସା ତାଂକର ସ୍ୱରୂପ

ଦେଖ ଓଲଟା, ଅନ୍ତର ହିଂସା ଦ୍ୱେଷେ

ପୂର୍ଣ, ଉପରକୁ ଜାଳନ୍ତି ଖାଲି ଧୂପ ।


ଦୁଃଖ ଲାଗେ ଅହିଂସା ତତ୍ତ୍ୱରୁ କାଣିଚାଏ 

ହେଲେ ଗ୍ରହଣ କରନ୍ତି ନାହିଁ 

ଭ୍ରଷ୍ଟାଚାରୀ ଭୋଅଟ ପାଇ ଶାସନ କରନ୍ତି

କିପରି ଲଜ୍ଜା ଟିକେ ଲାଗୁ ନାହିଁ ।


ପୃଥିବୀ ଖୋଜୁଛି ମାନବ ହୃଦୟ ଯାହା

ଯୋଗାଏ ଅହିଂସାର ମାନସିକତା

ଅପେକ୍ଷାରେ ସେହି ସମୟକୁ କେବେ

ବାଜିବ ସତ୍ୟ ଅହିଂସାର ଗାଥା ।


ଲୋଡା ନାହିଁ ଯୁଦ୍ଧ, କ୍ଷେପଣାସ୍ତ୍ର,ବନ୍ଧୁକ ଗୁଳି,

ସମ୍ପର୍କକୁ ଖଣ୍ଡ ଖଣ୍ଡ କରିବା ପାଇଁ

ଲୋଡା ଅହିଂସାର ପଥ, ସବୁ ସମ୍ପର୍କ ଆମେ

ହସ ଆନନ୍ଦରେ ଯୋଡିବା ପାଇଁ ।



Rate this content
Log in

Similar oriya poem from Classics