STORYMIRROR

Sanjya Tripathy

Classics

4  

Sanjya Tripathy

Classics

ଜୀବନ

ଜୀବନ

1 min
334


ଜୀବନଟା ଅଛି :

ମୋ ହାତ ମୋ ବୋଲ ମାନୁଛି ବୋଲି

ଡଷ୍ଟବିନ୍‌ର ଉଦ୍ଦିଷ୍ଟ ଖାଇ ଲୋକେ ବଂଦୁଛତି ବୋଲି

ସୀମାପାର ସଂଗ୍ରାସ ବାଦରେ ଗଣତ୍ର ଦୋହଲୁଛି ବୋଲି ।


ଜୀବନଟା ଅଛି :

ଶିକ୍ଷା, ସ୍ବାସ୍ଥ୍ୟର ବ୍ୟବସାୟୀକରଣ ଚାଲିଛି ବୋଲି

ଚିରଂତନୀ ପ୍ରକୃତିର ଡିଜିଟାଇଜେସନ୍ ହେଉଛି ବୋଲି

ସଂତର ପତ୍ରଝଡା ଋତୁରେ ମୁଁ ପ୍ରେମର ଗଜଲ ଗାଉଛି ବୋଲି ।


ଜୀବନଟା ଅଛି :

ମୃତ୍ୟୁ ବେତନା କ୍ରମଶଃ ଜୀବଂତ ହଉଛି ବୋଲି

ଏବେ ବି ଭାଗବତ ଟୁଙ୍ଗିର ପ୍ରସଂଗିକତା ଅଛି ବୋଲି

ଝରା ଶେଫାଳିର ମୃଣ୍ମୟୀ ମାୟାରେ ମୌସୁମୀ ଆସିଛି ବୋଲି ।


ଜୀବନଟା ଅଛି :

ପ୍ରସ୍ତରର ପ୍ରାଗୈତିହାସିକ ବକ୍ତବ୍ୟଟିଏ ଅଛି ବୋଲି

ଚେତନାର ଦୁର ଦିଗ୍‌ବଳୟରେ ‘ଜୁଆର” ଆସୁଛି ବୋଲି

ମାଟିର ଗଂଧରେ-ମାଂସର ଆମଂତ୍ରଣରେ ଅଭିମନ୍ୟୁ ଆସୁଛତି ବୋଲି ।


ଜୀବନଟା ଅଛି :

ନିଶାଦ୍ଧରେ ଅସହାୟତାର ଖରିର ଆସୁଛତି ବୋଲି

ସେକ୍ସ ଭିଡିଓ ଭାଇରାଲ ହେଉଛି ବୋଲି

ସମାଜରେ ସେ ଏକ ଷ୍ଟାଟସ ସିଂବଲ ହୋଇଅଛି ବୋଲି ।


ଜୀବନଟା ଅଛି :

ଦୁର୍ନୀତି ମୁକ୍ତ ବ୍ୟବସ୍ଥା ଓ ପାରାଦର୍ଶୀ ପ୍ରଶାସନର ସ୍ଵପ୍ନ ଦେଖା ହେଉଛି ବୋଲି

କ୍ଷୁଧାମୁକ୍ତ ବିଶ୍ଵ ଓ ନିରାମୟ ଜଗତ ପାଇଁ ପ୍ରଚେଷ୍ଟା ଚାଲିଛି ବୋଲି

ଅଭିଶପ୍ତ ଗଂଧର୍ବର ଅଂତରଂଗ ଅସହାୟତା- ସଂପର୍କର

ସୁରମ୍ୟ ସୃଜନଶୀଳତାରେ ପର୍ଯ୍ୟବସିତ ହୋଇଛି ବୋଲି ।


Rate this content
Log in

Similar oriya poem from Classics