STORYMIRROR

Rishab K.

Abstract Classics Inspirational

4  

Rishab K.

Abstract Classics Inspirational

ସିଏ ମୋ ବୋଉ

ସିଏ ମୋ ବୋଉ

1 min
304

ଦଶ ମାସ ଦଶ ଦିନ ଗର୍ଭରେ ରଖି

ଜନ୍ମ ଯନ୍ତ୍ରଣାକୁ ସହିଛି ଯିଏ,

ସିଏ ପରା ମୋ ବୋଉ, ଆଉ କେହି ନୁହେଁ।

ପିଲା ମୁହେଁ ଟିକେ ହସ ଦେଖିବାକୁ

ଭୋକ ଉପାସେ ରାତ୍ରି ଅନିଦ୍ରା ହେଇଛି ଯିଏ,

ସିଏ ପରା ମୋ ବୋଉ, ଆଉ କେହି ନୁହେଁ।

ତା କୋଳେ ଶୋଇ, ସରଗ ସୁଖ ମିଳଇ

ତା ହାତ ରୋଷେଇ, ବିନା ମସଲାରେ

ମହାପ୍ରସାଦ ପରି ଲାଗଇ,

କହିବା ଆଗରୁ ବୁଝିଯାଏ ଯିଏ,

ସିଏ ପରା ମୋ ବୋଉ, ଆଉ କେହି ନୁହେଁ।

ହେଲେ ପିଲା ଦୁଷ୍ଟ, କରେ ସେ ଆକଟ

ମମତାକୁ ଚାପି ଛାତିରେ,

ପିଲାର ଭବିଷ୍ୟ ପାଇଁ, ନିଜ ବର୍ତ୍ତମାନକୁ

ତିଳାଞ୍ଜଳି ଦେଇ ପାରେ ଯିଏ,

ସିଏ ପରା ମୋ ବୋଉ, ଆଉ କେହି ନୁହେଁ।

ସୃଜନଶୀଳ ସୃଷ୍ଟିର ସୂତ୍ରଧାର ସିଏ

ଆତ୍ମା ଆଉ ପରମାତ୍ମାଙ୍କ ମଝିରେ,

ଜିଅନ୍ତା ଦେବୀ ଟିଏ

ସିଏ ପରା ମୋ ବୋଉ, ଆଉ କେହି ନୁହେଁ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract