STORYMIRROR

Rishab K.

Drama Classics Inspirational

3  

Rishab K.

Drama Classics Inspirational

ବନ୍ଧୁତା

ବନ୍ଧୁତା

1 min
13

ବନ୍ଧୁତାର ପରିଚୟ ସେତୁ 

ବନ୍ଧୁର ବନ୍ଧୂର କାନ୍ଧରେ ବନ୍ଧା।

ଏ ଦୁନିଆ ତାକୁ ବୁଝେନାହିଁ ଜମା 

କରୁଥାଏ ଖାଲି ନିନ୍ଦା।

ଦୁଃଖ ସହି ସହି ଦିନ ଯାଏ

ଲୁହରେ ହୃଦୟ ଓଦା।


ବନ୍ଦ୍ଧୁତ୍ୱକୁ ବନ୍ଧନରେ ବାନ୍ଧି

ବନ୍ଧୁ ସିନା ରଖିପାରେ।

ଦୁନିଆ ସାଥିରେ ବନ୍ଧୁ ପାଇଁ

ବନ୍ଧୁ ଏକା ଲଢି ପାରେ।

ସଭିଁଏ ଜାଣନ୍ତି ମେଘ ବିନା

ମୟୂର କେମିତି ଅଧା।


କ୍ଷୀର କଥା ଏକା ବୁଝେ ନିର 

ଆଉ କେହି ବୁଝେ ନାହିଁ।

ମନ କଥା ମନ ବୁଝିପାରେ

ଆଉ କେ ବୁଝିବ କାହିଁ।

ଯୁଗ ଯୁଗ ଧରି ବନ୍ଧୁ ପାଇଁ

ବନ୍ଧୁ ରହିଥିବ ସଦା।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama