STORYMIRROR

LALIT MOHAN DASH

Drama Tragedy Inspirational

3  

LALIT MOHAN DASH

Drama Tragedy Inspirational

ଡିସେମ୍ବର ପଚିଶି ତାରିଖ

ଡିସେମ୍ବର ପଚିଶି ତାରିଖ

1 min
173


ବରଷକୁ ଥରେ ଆସିଥାଏ

ଡିସେମ୍ବର ମାସ

ପଚିଶି ତାରିଖଟି ଅଟଇ

ମହାନ ଦିବସ ।।


ବହୁ ପୂର୍ବେ ଏଇ ତାରିଖରେ

ଶିଶୁ ଏକ ଜନ୍ମି

ପ୍ରେମ ଶରଧା ପ୍ରେରଣା ଦେଲେ

ସାରା ବିଶ୍ୱ ଭୂମି ।।


ବେଥେଲହାମ ଟି ତାଙ୍କ ଠିକଣା

ମାତା ମେରିୟମ

ପିତାଙ୍କ ନାଁ ୟୁସୁବ ଅଟଇ

ଥିଲା ସେବା ଧର୍ମ ।।


ଡାକ ନାମ ତାଙ୍କ ଯୀଶୁ ଥିଲା

ପ୍ରେମର ପୁରୁଷ

ଈଶ୍ୱରଙ୍କ ଅବତାର ଥିଲେ

ରଖିଗଲେ ଯଶ ।।


ଖ୍ରୀଷ୍ଟଧର୍ମ ନାମେ ପ୍ରଚାରିଲେ

ତାଙ୍କ ଅନୁଗାମୀ

ସାରା ପୃଥିବୀରେ ବାର୍ତ୍ତା ଗଲା

ଆଦର୍ଶରେ ନମି ।।


ଭାରତରେ ଏକ ଆଦର୍ଶ ଶିଶୁ

ଜନ୍ମି ଏଇ ଲଗ୍ନେ

ସାରା ବିଶ୍ୱରେ ଟେକ ରଖିଲେ

ମହତର ଚିହ୍ନେ ।।


ଉଣେଇଶ ଶହ ଚବିଶିଇ

ମସିହା ପଚିଶି

ତାରିଖରେ କ୍ରିଷ୍ଣାଦେବୀ ଗର୍ଭେ

ଉପଗତ ଆସି ।।


କ୍ରିଷ୍ଣା ବିହାରୀ ବାଜପେୟୀ ପିତା

ଶିକ୍ଷକତା ବୃତ୍ତି

ଅଟଳ ବିହାରୀ ବାଜପେୟୀଙ୍କୁ

ସଂସ୍କାରିଲେ ଚିନ୍ତି ।।


ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ

ଗାରିମା ବଢାଇ

କୋଟି ଜନତାର ହୃଦୟମଧ୍ୟେ

ହେଲେ ଗୁଣଗ୍ରାହି ।।


ଭାରତ ରତ୍ନ ବିଭୂଷିତ ହୋଇ

ଝଟକିଲେ ହୃଦେ

ଭାରତ ମାତାର ଟେକ ରଖିଗଲେ

ଖ୍ୟାତି ରଖି ବିଶ୍ୱେ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama