Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ବି. ନିରୁପମା

Drama Romance Classics

4.0  

ବି. ନିରୁପମା

Drama Romance Classics

ଦେଖନ୍ତି ମୁଁ ମନଭରି

ଦେଖନ୍ତି ମୁଁ ମନଭରି

1 min
241



ବାରବାର ଏଇ ଭାବନାଟି ଆସେ-

ତୁମ କୋଳେ ରଖି ମଥା ,

ମନଖୋଲି ମୋର କହି ଯାଆନ୍ତି ମୁଁ

ଯେତେ ଅସରନ୍ତି କଥା ।


କାନ ଡେରି ତୁମ ବଇଁଶୀ ସୁରକୁ

ଶୁଣନ୍ତି ହେ ଚିତ୍ତଚୋର,

ଅପଲକ ନେତ୍ରେ ତୁମ ମୁଖ ଚାହିଁ

ଭୁଲନ୍ତି ଯାତନା ଘୋର ।


ଯମୁନା ଜଳରେ ତୁମ ସାଥେ ମିଳି

କରନ୍ତି ମୁଁ କଉତୁକ ,

କଦମ୍ବ ଡାଳରେ ଦୋଳି ଖେଳିବାକୁ

ମନ ହୁଏ ଛକପକ ।


ଗୋପାଳଙ୍କ ମେଳେ ଗୋରୁ ଘେନି ଯେବେ

ଫେରୁଥା'ନ୍ତ ବ୍ରଜ ଧାମେ ,

ଗୋଧୂଳି ଲଗନେ ତୁମ ଶୋଭା ଦେଖି

ଆନନ୍ଦ ହୁଅନ୍ତି ମନେ ।


କୁଞ୍ଜ ବନେ ପ୍ରଭୋ, ଲୀଳା ରଚନ୍ତ ଯେ

ଦେଖନ୍ତି ମୁଁ ମନ ଭରି ,

ତୁମ ସେବା ଲାଗି ସୁଯୋଗଟି ଦେଲେ 

ଧନ୍ୟ ହୁଅନ୍ତି ହେ ହରି ।




Rate this content
Log in