STORYMIRROR

Trupti Paikaray

Drama Abstract Inspirational

4  

Trupti Paikaray

Drama Abstract Inspirational

ଜୀବନ ରଫଖାତାରୁ

ଜୀବନ ରଫଖାତାରୁ

1 min
26K


“ଜୀବନ ରଫଖାତାରୁ”

ଦୁଃଖ ଆଉ କୋହର ବଳୟ ଭିତରେ,

ସ୍ମୃତିର ପାଦଚିହ୍ନ,

ଛିଟାଛିଟା ଅତୀତର ଦୀର୍ଘ ପ୍ରାଚୀର,

ଆଉ ସାଗର ବେଳାଭୂମିରେ,

ବାଲୁକାରେ ଶାନ୍ତିସ୍ତୂପ,

ପାଣିର ବୁଦବୁଦି ପରି

ଉଭେଇଯାଉଥିବା ସମୟ ବୁକୁରେ,

ପ୍ରେମର ହସ୍ତାକ୍ଷର ।

 

ସ୍ବପ୍ନ ବି ସରିଯାଏ,

ଫୁଲ ବି ଝରିଯାଏ,

ସବୁ ଅପେକ୍ଷାର ଅନ୍ତଘଟେ,

ଲୁହ ସବୁ ଶୁଖିଆସେ,

କୋହସବୁ ମେଲାଣି ନିଏ,

ହେଲେ ଆଖି ପୁଣି ସ୍ୱପ୍ନ ଦେଖେ,

ହୃଦୟ ପୁଣି ଅଣ୍ଟା ସଳଖେ,

ପ୍ରେମର ତୁଳୀରେ

ଭଗ୍ନ ଅତୀତକୁ ରଙ୍ଗଦେଇ

ଏକ ସୁନ୍ଦର ଚିତ୍ର ଆଙ୍କିବାକୁ ଲାଗେ,

ଜୀବନର କ୍ୟାନଭାସରେ ।

 

ସେଥିପାଇଁ ତ ସେ ଅଜର, ଅମର

କବିର କବିତାରେ,

ଗାଳ୍ପିକର ଗଳ୍ପରେ,

ଚିତ୍ରକାରର ଚିତ୍ରରେ ।

 

ଜୀବନ ରଫଖାତାରୁ,

ଇଏ ସେଇ ପ୍ରେମର କିଛି ହିସାବକିତାବ  ।

 

 

TRUPTI…


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama