Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Trupti Paikaray

Fantasy Others Abstract

2  

Trupti Paikaray

Fantasy Others Abstract

“ବର୍ଷିବାର ମୋହରେ”

“ବର୍ଷିବାର ମୋହରେ”

1 min
7.1K


“ବର୍ଷିବାର ମୋହରେ”

ବର୍ଷିବାର ମୋହରେ

ଅଥୟ ଅଧୀର ବର୍ଷା,

ଟିପଟିପ ହେଇ

ବର୍ଷୀଯାଏ ଅସରା

ଧରଣୀ ସ୍ପର୍ଶରେ

ମହାମିଳନର ଆଶାରେ

ସ୍ମୃତି ପ୍ରୟାଗରେ

ବର୍ଷୀଯାଏ ଅସରା,

ପୁଲକିତ ମନରେ I

 

ରଙ୍ଗ ତାର ହଜାରେ,

ସେ ନିଳାମ୍ବୁର ନୀଳିମା,

କୁମୁଦିନୀର ବାହାନା,

କିଟିମିଟି ଅନ୍ଧାରର

କଳାହାଣ୍ଡିଆ ମେଘ ସେ,

କେବେ ଆକାଶରୁ ଆସିଥିବା

ଧଳା ଗୋଟେ ପରି ସେ I

ସୁନେଲି ରୂପେଲି ରଙ୍ଗପସରା,

କେବେ ଗୋଲାପୀ, ନାରଙ୍ଗୀ ସବୁଜିମା,

ସେ ରଙ୍ଗୀନ ରାଧାଚୁଡ଼ା,

ପୁଣି କେବେ ନାଲି କୃଷ୍ଣଚୂଡ଼ା I

 

ଶବ୍ଦ ତାର ହଜାରେ,

ଯେମିତି ଶବ୍ଦ ତରଙ୍ଗ,

କେବେ ରିମଝିମ,କେବେ ଟିପଟିପ

ପୁଣି ଟୁପୁରଟାପୁର

ରଚିଯାଏ ସେ ମେଘ ମଲ୍ଲହାର

ମଳୟର ଝଂକାରେ I

 

ବାସ୍ନା ତାର ଉନ୍ମୁକ୍ତ

ଖୋଲା ଆକାଶ ପରି,

ଭିଜା ମାଟିକୁ,

ଫୁଟନ୍ତା ଫୁଲର ମଧୁଝରା ବାସ୍ନା,

ପୁଣି ବାସ୍ନାର ସମ୍ମୋହନରେ

ଭିଜାଭିଜା ଖିଆଲୀ ମନ,

ଆଉ ସ୍ମୃତିର କାଗଜ ଡ଼ଙ୍ଗା I

 

ମଧୁଲଗ୍ନା ବର୍ଷା

ପ୍ରୀତିର ମଧୁ ଲଗନରେ,

କୁସୁମିତ ଧରଣୀ ବକ୍ଷରେ,

ସୁରଭିତ ଉନ୍ମାଦନାରେ

ବର୍ଷୀଯାଏ ଅସରା,

ଅସରନ୍ତି ଭାବରେ I

 

ବର୍ଷିବାର ମୋହରେ

ଅଥୟ ଅଧୀର ବର୍ଷା

ଟିପ୍ ଟିପ୍ ହେଇ

ବର୍ଷୀଯାଏ ଅସରା

ପୁଲକିତ ମନରେ I

 

BY-Trupti


Rate this content
Log in

Similar oriya poem from Fantasy