STORYMIRROR

BANANIBALA NAIK

Fantasy Others

4  

BANANIBALA NAIK

Fantasy Others

ଚାନ୍ଦ ନା ତୁମେ ତାରା

ଚାନ୍ଦ ନା ତୁମେ ତାରା

2 mins
435


ଚାନ୍ଦ ନା ତୁମେ ତାରା

ମୋ ମନ ଆକାଶେ ନିତି ଉଦେ ହୋଇ

ହସୁ ଥାଅ ରାତି ସାରା,

ଚାନ୍ଦ ନା ତୁମେ ତାରା ।।


ଅତି ମନ ଲୋଭା ରୂପ ଟି ତୁମର

ଫଗୁଣ ର ଫଲଗୁ ଧାରା,

ଚାନ୍ଦ ନା ତୁମେ ତାରା ।।


ହୃଦ ସରସୀ ରେ ଢଳଢଳ ତୁମ

ରୂପ ଛବି ମନୋହରା,

ଚାନ୍ଦ ନା ତୁମେ ତାରା ।।


ହୃଦ ନନ୍ଦନ ରେ ସଦ୍ୟ ପାରିଜାତ

ବାସ ତୁମ ପ୍ରୀତି ଝରା,

ଚାନ୍ଦ ନା ତୁମେ ତାରା ।।


ବିଜନ ବେଳା ର ଛାଇ ଆଲୁଅ ରେ

ପ୍ରୀତି ଫଲଗୁ ମଧୁ ଝରା,

ଚାନ୍ଦ ନା ତୁମେ ତାରା ।।


ହୃଦ ଶାମୁକା ର ଗହନ ଗର୍ଭରେ

ତୁମେ ଚକମକି ହୀରା,

ଚାନ୍ଦ ନା ତୁମେ ତାରା ।।


ହିମ ସକାଳ ର କୁସୁମ କଳି ରେ

ଶିଶିର ରୂପ ପସରା,

ଚାନ୍ଦ ନା ତୁମେ ତାରା ।।


ସଦ୍ୟ ବର୍ଷା ସ୍ନାତ ନୀଳ ଗଗନ ର

ଇନ୍ଦ୍ରଧନୁ ରୂପ ତୋରା,

ଚାନ୍ଦ ନା ତୁମେ ତାରା ।।


ପୀରତି ସାଗରେ ନାଉରୀ ଟିଏ ମୁଁ

ବୋଇତ ମୋର ଦଦରା,

ଚାନ୍ଦ ନା ତୁମେ ତାରା


ତୁମେ ଅଳସୀ ପ୍ରିୟା ର କୃଷ୍ଣ କବରୀ ରେ

ବଉଳ ଫୁଲ ଗଜରା,

ଚାନ୍ଦ ନା ତୁମେ ତାରା ।।


ଉବୁ ଟୁବୁ ହୋଇ କୂଳ ମିଳେ ନାହିଁ

ହୋଇ ଅଛି ଦିଗ ହରା,

ଚାନ୍ଦ ନା ତୁମେ ତାରା ।।


ଉତ୍ତର ଆକାଶେ ପଥ ପ୍ରଦର୍ଶକ

ତୁମେ ମୋର ଧ୍ରୁବ ତାରା,

ଚାନ୍ଦ ନା ତୁମେ ତାରା ।।


ହୃଦୟ ବୀଣା ର ସପ୍ତ ସ୍ୱର ତୁମେ

ସୁନ୍ଦର ରାଗିଣୀ ଭରା,

ଚାନ୍ଦ ନା ତୁମେ ତାରା ।।


ପ୍ରାଚୀ ଗଗନ ରେ ପାହାନ୍ତି ପହରେ

ଚିକି ମିକି କୁଆଁ ତାରା,

ଚାନ୍ଦ ନା ତୁମେ ତାରା ।।


ନୀଳ ଗଗନ ର ଉତ୍ତାଳ ମୟ

 ଲହରୀ ନିଳୀମା ଝରା,

ଚାନ୍ଦ ନା ତୁମେ ତାରା ।। 


ମଧୁ ବସନ୍ତ ରେ ମଧୁ ମଳୟ ରେ

ମଧୁ ଗୀତି ମଧୁ ଝରା,

ଚାନ୍ଦ ନା ତୁମେ ତାରା ।।


ପ୍ରତିଚୀ ଗଗନେ ବିଦାୟ ଲଗନେ

ପ୍ରଦୋଷ ଜଣାଣ ପରା,

ଚାନ୍ଦ ନା ତୁମେ ତାରା ।।


ଆଦ୍ୟ ଆଷାଢ଼ ର ଆଦ୍ୟ ବାରି ପାତେ 

ସଦ୍ୟ ସ୍ନାତା ବସୁନ୍ଧରା ,

ଚାନ୍ଦ ନା ତୁମେ ତାରା ।।


ପୂନେଇ ରାତିର ଯୋଛନା ପରଶେ

ଉତ୍ତାଳ ତରଙ୍ଗ ନୀରା,

ଚାନ୍ଦ ନା ତୁମେ ତାରା ।।


ଧାରା ଶ୍ରାବଣ ର ଘନ ଜଳ ରାଶି

ଉଛୁଳା ନଈର ଧାରା,

ଚାନ୍ଦ ନା ତୁମେ ତାରା ।।


ଗିରି ଶିଖରି ରୁ ଝରି ପଡ଼ୁଥିବା

କୁଳୁ କୁଳୁ ଜଳ ଧାରା,

ଚାନ୍ଦ ନା ତୁମେ ତାରା ।। ।।


ରୂପ ରାଇଜ ର ରୂପ ବତୀ ତୁମେ

ହସ ତୁମ ମଧୁ ଝରା,

ଚାନ୍ଦ ନା ତୁମେ ତାରା ।।


ସୁଧର୍ମା ସଭାର ଅନିନ୍ଦ୍ୟ ରୂପସୀ

ରୂପବତୀ ଅପସରା,

ଚାନ୍ଦ ନା ତୁମେ ତାରା ।।


ବର୍ଣ୍ଣି ବାକୁ ଭାଷା ପାଉ ନାହିଁ ଆଉ

ଉପମା ଦିଏ ନି ଧରା,

ଚାନ୍ଦ ନା ତୁମେ ତାରା ।।  

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy