STORYMIRROR

BANANIBALA NAIK

Children

3  

BANANIBALA NAIK

Children

ସ୍କନ୍ଦ ଷଷ୍ଠୀ

ସ୍କନ୍ଦ ଷଷ୍ଠୀ

1 min
157


ଧର୍ମ ସନାତନ ସଂସାରେ ମହାନ 
ସାଂସ୍କୃତିକ ସମନ୍ଵୟ,
ଧର୍ମ ଭାବନାରେ ପ୍ରଗାଢ ବିଶ୍ୱାସ 
ପରମ୍ପରା ମଧୁମୟ ।।
ପୋଥି ପୁରାଣରେ ଅଗାଧ ବିଶ୍ୱାସ
ପ୍ରଭୁପଦେ ଅନୁରକ୍ତି,
ବ୍ରହ୍ମ ସ୍ୱରୂପରେ ମୁକ୍ତି ବିଶ୍ୱାସରେ
ପ୍ରଭୁ ପଦେ ଥାଏ ଭକ୍ତି ।।
ଚୈତ୍ର ମାସ କୃଷ୍ଣ ପକ୍ଷ ଷଷ୍ଠୀ ତିଥି
ସ୍କନ୍ଧ ଷଷ୍ଠୀ ପାଳନୀୟ,
ହର ପାର୍ବତୀଙ୍କ ଜ୍ୟେଷ୍ଠ ବୀରପୁତ୍ର
ଜନ୍ମିଥିଲେ କାର୍ତ୍ତିକେୟ ।।
ବଳବୀର୍ଯ୍ୟଶାଳୀ ଯୁଦ୍ଧରେ କୁଶଳୀ
ଷଡାନନ ଶିବ ସୁତ,
ଜ୍ଞାନବୁଦ୍ଧିଶାଳୀ ନାହିଁ ତାଙ୍କ ସମ 
ବଳଶାଳୀ ରୂପବନ୍ତ।।
ତାରକା ଅସୁର ଉତ୍ପାତିଲା ଘୋର
ବ୍ରହ୍ମା ଠାରୁ ପାଇ ବର,
ଶିବ ପାର୍ବତୀଙ୍କ ସନ୍ତାନ ହସ୍ତରେ
ନିଧନ ହୋଇବ ତାର ।।
ଅସମ୍ଭବ ବୋଲି ମାଗିଲା ଯା"ବର
ହୋଇବ ଭବେ ଅମର,
ପ୍ରକୃତି ବଶତଃ ସେହି ଦୈତ୍ୟବର 
ଆରମ୍ଭିଲା ଅତ୍ୟାଚାର ।।
ସଂସାର ମଙ୍ଗଳ କଥା ଚିନ୍ତାକରି
ସର୍ବ ଦେବ ଏକ ହେଲେ,
ଶିବଙ୍କ ତପସ୍ୟା ଭଙ୍ଗ କରିବାକୁ
ମଦନ କୁ ଆଜ୍ଞା ଦେଲେ ।।
ମଦନର ଶର ତ୍ରିଲୋଚନ ତପେ 
ବାଧା ଦେଲା ବାରମ୍ବାର,
କ୍ରୋଧେ ଉମାପତି ସତୀ ରତିକାନ୍ତେ
କ୍ରୋଧାଗ୍ନି ରେ କଲେ ଖାର ।।
ନିର୍ଗତ ବୀର୍ଯ୍ୟ କୁ କ୍ଷେପିଲେ ଗଙ୍ଗାରେ
ଛଅ ଭାଗ ହୋଇ ଜଳେ,
ପଡ଼ିଥିଲା ତହିଁ ଛଅଟି କୃତ୍ତିକା
ପାନକଲେ ସ୍ନାନ କାଳେ ।।
ଛଅ ପୁତ୍ର ଜନ୍ମି କୃତ୍ତିକାଙ୍କ କୋଳେ 
ପାଳିତ ହେଲେ ଅୟସେ,
ଛଅ ପୁତ୍ରଙ୍କ ର ଛଅଟି ଆନନ 
ମିଶି ଏକ ହେଲେ ଶେଷେ ।।
କୃତ୍ତିକାଙ୍କ ପୁତ୍ର ହୋଇଥିବା ହେତୁ
କାର୍ତ୍ତିକେୟ, ଷଡ଼ାନନ,
ନାମ ହେଲା ତାଙ୍କ, କୁମାର ବୟସେ 
ତାରକା କଲେ ନିଧନ ।।
ଅନ୍ୟ ନାମ ତାଙ୍କ ସ୍କନ୍ଧଦେବ ପୁଣି
ଷଷ୍ଠୀ ଦିନେ ହେଲେ ଜନ୍ମ, 
ଛଅ ମାତାଙ୍କ ର ସନ୍ତାନ ଥିବାରୁ
"ସ୍କନ୍ଧ" ନାମଟି ପ୍ରଥମ ।।

ବନାନୀବାଳା ନାଏକ
ସୁନ୍ଦରଗଡ଼





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children