ବିଦ୍ଯା ବନ୍ଧୁ ଉପକାରୀ
ବିଦ୍ଯା ବନ୍ଧୁ ଉପକାରୀ
ଗାଡ଼ି ଯାଏ ଗଡି ଗଡି
ଚକ ଘିରି ଘିରି
ଅଖ ଘିରି ଘିରି
ଯାତ୍ରୀ ବସିଥାଏ ଥିରି
କରୁଥିଲେ ଗତି ପହୁଞ୍ଚଇ ହେଳେ
ଆପଣାର ଲକ୍ଷ୍ୟ ସ୍ଥଳୀ ।
ବଣି ଯାଏ ଉଡ଼ି ଉଡ଼ି
ଡେଣା ଝାଡି ଝାଡି
ଲାଞ୍ଜ ମୋଡ଼ି ମୋଡ଼ି
ଦେହ ମନ ଗଲେ ଥକି
ବସିଗଲେ ଦଣ୍ଡେ ନିରାପଦେ ମିଳେ
ଉଡ଼ାଣ ଆନନ୍ଦ ଶାନ୍ତି ।
ଡଙ୍ଗା ଯାଏ ଭାସି ଭାସି
ମଙ୍ଗ ଧରି ଧରି
କାତ ମାରି ମାରି
ମାରିଲେ ଆହୁଲା ପୁଣି
ଭାସିଚାଲେ ଡଙ୍ଗା ଏକୂଳୁ ସେକୂଳ
ହୋଇଯାଏ ନଈ ପାରି ।
ବରଷଇ ଝର ଝର
ନଈନାଳ ପାଣି ପାଣି
ବନବିଲ ପାଣି ପାଣି
ବରଷେ ଶୀତଳ ମଧୁ
ବିନ୍ଦୁ ବିନ୍ଦୁ ଜଳ ମିଶିଗଲେ ହୁଏ
ଅଥଳ ସାଗର ସିନ୍ଧୁ ।
ପାଠ ଯାଅ ପଢି ପଢି
ଅଙ୍କ କଷି କଷି
ଶ୍ଳୋକ ଘୋଷି ଘୋଷି
ବିଷୟବସ୍ତୁକୁ ସ୍ମରି
ଅଭ୍ୟାସ କରିଲେ ହୋଇବ ସଫଳ
ବିଦ୍ୟା ବନ୍ଧୁ ଉପକାରୀ ।
ଘଣ୍ଟା ଚାଲେ ଟିକ ଟିକ୍
କାମ ଠିକ୍ ଠିକ୍
ପାଠ ଠିକ୍ ଠିକ୍
ଉତ୍ତମ ସୁବ୍ୟବହାରେ
ଅରଜେ ମଣିଷ ସୁନାମ ପ୍ରଶଂସା
ସୁପ୍ରତିଷ୍ଠା ସଂସାରରେ ।
