STORYMIRROR

Bharatabandhu Biswal

Inspirational Children

4  

Bharatabandhu Biswal

Inspirational Children

ଆମ ସଫଳତା ଆମରି ହାତେ

ଆମ ସଫଳତା ଆମରି ହାତେ

1 min
217


ନବ ଭାରତର କିଶୋର କିଶୋରୀ 

ଆମେ ଦେଶ ଜାତି ଭବିଷ୍ୟତ 

ଶିକ୍ଷାର ଆଲୋକେ ଉଦ୍ଦୀପ୍ତ ଆମେ 

କୈ।ଶଳ ଜ୍ଞାନେ ପ୍ରଶିକ୍ଷିତ 

ଦକ୍ଷତା ଆମର କରିବୁ ବିକାଶ 

କରୁଛୁ ଶପଥ ମୈ।ନବ୍ରତ ।


କୁପ୍ରଭାବ ମୁକ୍ତ ଗୁଣାତ୍ମକ ଶିକ୍ଷା

କର୍ତ୍ତବ୍ୟ ନିଷ୍ଠାକୁ ଅନୁପାଳି

ନିୟମିତ ଭାବେ ସ୍ଥାପିବୁ ଆଦର୍ଶ

ଶିକ୍ଷା ଖସଡ଼ାକୁ ଅନୁସରି

ଉତ୍ତମ ସମାଜ ଗଠନ ଉଦ୍ଦେଶ୍ୟ

ସର୍ବହିତେ ଏବଂ ସର୍ବୋପରି ।


ମୋ ଦେଶେ ଗଚ୍ଛିତ ସମ୍ବଳ ପ୍ରାଚୁର୍ଯ୍ୟ

ଖଣିଜ ସମ୍ପଦ ଅସରନ୍ତି

ଭୂମି ସମତଳ କୃଷି ଉପଯୋଗୀ

ବନ ସବୁଜିମା ନଦ ନଦୀ 

ପ୍ରଗତି ଶୀର୍ଷରେ ପହଞ୍ଚି ପାରିବୁ

ବିନିଯୋଗ କରି ବିଦ୍ୟାବୁଦ୍ଧି ।


ସ୍ୱାଧୀନ ସ୍ୱତନ୍ତ୍ର ଆମେ ସୁଶିକ୍ଷିତ

ଯୋଜନା ଉତ୍ତମ କର୍ମ ଫଳେ

ସ୍ୱଚ୍ଛ ପରିବେଶ ସ୍ୱଚ୍ଛ ପ୍ରଶାସନ

ସଚେତ ସଜାଗ ଧ୍ୟାନ ବଳେ 

ସଫଳତା ଆମ ହେବ କରାୟତ୍ତ

କଷ୍ଟ କଲେ ସିନା କୃଷ୍ଣ ମିଳେ ।


ସ୍ୱ।ସ୍ଥ୍ୟ ଚିକିତ୍ସା ଯାନ୍ତ୍ରିକ ବିଜ୍ଞାନେ

ଯେତେ ରହିଅଛି ସମ୍ଭାବନା

ଉତ୍କର୍ଷ କଠିନ ଅଧ୍ୟବସାୟରେ

ହେବ ନୂଆ ନୂଆ ସଂରଚନା

ହେଲେ ବ୍ୟବସ୍ଥିତ କୃଷି ଶିଳ୍ପ ସଂସ୍ଥା

ବଢିବ ନିଯୁକ୍ତି ଉତ୍ପାଦନା ।


ସମୂହ ଶୃଙ୍ଖଳା ସୁସଂହତି ନିଷ୍ଠା

ସୁଆଲୋଚନା ସମନ୍ୱୟ

ସମୁଜ୍ଜ୍ୱଳ ହେବ ଦିଗନ୍ତ ଉନ୍ମୁକ୍ତ

ହୋଇବ ନୂତନ ସୂର୍ଯ୍ୟୋଦୟ

ନବ ଭାରତର ହେବ ଲିପିବଦ୍ଧ

ସ୍ୱର୍ଣ୍ଣିମ ଅପୂର୍ବ ପରିଚୟ ।



Rate this content
Log in

Similar oriya poem from Inspirational