STORYMIRROR

Dr. Rajib Lochan Panigrahy

Children Stories Classics Inspirational

4  

Dr. Rajib Lochan Panigrahy

Children Stories Classics Inspirational

ପରିବାର

ପରିବାର

1 min
339

ପରିବାର ମୋ ପରିବାର

ସବୁଠୁ ସୁରକ୍ଷିତ ଘର ମୋର

ଶାଗ ଖାଉ କି ପେଜ

ଆନନ୍ଦ ଥାଏ ନିରନ୍ତର

ସୁଖ ଦୁଃଖ କୁ ନାହିଁ ଡର

ଚାହିଁ ରହୁ ଆମେ ପରସ୍ପର

କାମ କରୁ ଆମେ ମିଳି ମିଶି

ନଥାଏ ତାର ପଟାନ୍ତର

ଚାଳ ହେଉ କି ଛପର

ଘର ଟି ମୋର ରାଜ ଦରବାର

ଲୋଡ଼ା ନାହିଁ ମୋତେ

ପଲଙ୍କ ଅବା ଉଆସ

ପରିବାର ମୋର ସ୍ୱର୍ଗ ପୁର

ପରିବାର ଥିବା ଯାଏଁ

ବାହାର ଶତ୍ରୁ ଠେ ନାହିଁ ଡର

ମିଳିମିଶି ଥିଲେ ସବୁ ସଦସ୍ୟ

ଲାଗିବ ନାହିଁ କାହା ନଜର

ପରିବାର ମୋର ପରିବାର

ନାଁ ଦେଇଛି ତା ପକ୍ଷୀ ଘର

ପକ୍ଷୀଙ୍କ ଭିତରେ ଯେମିତି ସ୍ନେହ

ମୋ ଘରେ ସବୁ ସାଥୀ ସହୋଦର

ଆଦର୍ଶ ଅଟେ ମୋ ପରିବାର

ସବୁଠୁ ସୁରକ୍ଷିତ ଘର ମୋର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍