ପିଲାବେଳ ଖେଳ
ପିଲାବେଳ ଖେଳ
ସେ ଦିନ ମୋହର ଅଛି ମୋ ନଜର
ପିଲାବେଳ ମଜାଖେଳ
ମଜାରେ ମଜାରେ ଖେଳ ଓ କୁଦରେ
କଟୁଥିଲା ଦିନକାଳ ll
କ୍ରିକେଟ୍ କବାଡି ଡିଆଁ ଘାସବାଡି
ଗ୍ରାମ ଦାଣ୍ଡେ ଦୌଡ଼ା ଦୌଡ଼ି
ଖେଳୁ ଲୁଚାଲୁଚି ଚୋର ଓ ପୁଲିସି
ଗଛରେ ଡାଳି ମାଙ୍କୁଡ଼ି ll
ପହଁରୁ ଜୋର୍ ରେ ଖରା ସମୟରେ
କେନାଲ ନଦୀ ପାଣିରେ ll
ବୁଡିକି ଉଠିକି ଉଠିକି ବୁଡିକି
ଖେଳୁଥାଉ ଆନନ୍ଦରେ ll
ଥିଲା ଖେଳ ପ୍ରୀତି ମେଳ ସାଙ୍ଗସାଥୀ
ପ୍ରଭାତେ ସନ୍ଧ୍ୟାରେ ଖେଳ
ଗ୍ରାମ ପରିବେଶ ଲାଗଇ ସରସ
ହେଉଥାଏ କୋଳାହଳ ll
ଏବେ ନିଛାଟିଆ ଲାଗୁଛି ଗ୍ରାମ ଟା
ଖେଳ କୁଦ ଜମୁ ନାହିଁ
ପଢିବା ନିଶାରେ ବହିର ପଢ଼ାରେ
ଖେଳିବାକୁ ବେଳ ନାହିଁ ll
ସେନେହ ଶରଧା ହଜିଛି ମମତା
ବଢିଛି ସ୍ୱାର୍ଥପରତା
ମୋବାଇଲ୍ ଖେଳ ହେଉଛି ଯେ କାଳ
ହଜୁଛି ମାନବିକତା ll
