STORYMIRROR

Nrusingha Narayan Tripathy

Classics Others Children

4  

Nrusingha Narayan Tripathy

Classics Others Children

ପିଲାବେଳ ଖେଳ

ପିଲାବେଳ ଖେଳ

1 min
254


ସେ ଦିନ ମୋହର  ଅଛି ମୋ ନଜର

ପିଲାବେଳ ମଜାଖେଳ

ମଜାରେ ମଜାରେ  ଖେଳ ଓ କୁଦରେ

କଟୁଥିଲା ଦିନକାଳ ll


କ୍ରିକେଟ୍ କବାଡି  ଡିଆଁ ଘାସବାଡି

ଗ୍ରାମ ଦାଣ୍ଡେ ଦୌଡ଼ା ଦୌଡ଼ି

ଖେଳୁ ଲୁଚାଲୁଚି ଚୋର ଓ ପୁଲିସି

ଗଛରେ ଡାଳି ମାଙ୍କୁଡ଼ି ll


ପହଁରୁ ଜୋର୍ ରେ  ଖରା ସମୟରେ

କେନାଲ ନଦୀ ପାଣିରେ ll

ବୁଡିକି  ଉଠିକି  ଉଠିକି   ବୁଡିକି

ଖେଳୁଥାଉ ଆନନ୍ଦରେ ll


ଥିଲା ଖେଳ ପ୍ରୀତି ମେଳ ସାଙ୍ଗସାଥୀ

ପ୍ରଭାତେ ସନ୍ଧ୍ୟାରେ ଖେଳ

ଗ୍ରାମ ପରିବେଶ ଲାଗଇ  ସରସ

ହେଉଥାଏ କୋଳାହଳ ll


ଏବେ ନିଛାଟିଆ ଲାଗୁଛି ଗ୍ରାମ ଟା

ଖେଳ କୁଦ ଜମୁ ନାହିଁ

ପଢିବା ନିଶାରେ ବହିର ପଢ଼ାରେ

ଖେଳିବାକୁ ବେଳ ନାହିଁ ll


ସେନେହ ଶରଧା ହଜିଛି ମମତା

ବଢିଛି ସ୍ୱାର୍ଥପରତା

ମୋବାଇଲ୍ ଖେଳ ହେଉଛି ଯେ କାଳ

ହଜୁଛି ମାନବିକତା ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics