🙏🙏🙏ପୁଣ୍ୟ ଭୂମି ମୋ ଭାରତ 🙏🙏🙏
*****************************
ତିନି ପାର୍ଶ୍ୱରେ ପୟୋଧି ପାଦଧୌତେ ଦିନରାତି
ମସ୍ତକରେ ହିମଗିରି ସଦା ଶୋଭିତ
ବକ୍ଷଦେଶେ ଗଙ୍ଗାମାତା ଚିରସ୍ରୋତା ପ୍ରବାହିତା
ଧନ୍ୟ ପୁଣ୍ୟ ଭୂମି ଏହି ମୋର ଭାରତ
ଧନ୍ୟ ମୋର ଭାଇ ଭଉଣୀ
ପାଇ ସ୍ବର୍ଣ୍ଣମୟୀ ପୂଜ୍ୟ ଦିବ୍ୟ ଜନନୀ ll
ରାମ, କୃଷ୍ଣ, ବୁଦ୍ଧ, ଜୈନ, କବିର ସନ୍ଥ ଚୈତନ୍ୟ
ଦେବ ଜନ୍ମ ଭୂମି ମୋର ଦେଶ ଭାରତ
ବରପୁତ୍ର ପ୍ରଶବିନି ଦୟା ଧର୍ମ ପ୍ରସାରିଣୀ
ପବିତ୍ର ଭାରତ ଆମ ବିଶ୍ୱେ ବିଖ୍ୟାତ
ସାଜି ବିଶ୍ୱ ଗୁରୁ ଭାରତ
ମାନବତା ଧର୍ମ ବୁଣେ ଦେଖେ ଜଗତ ll
ଶଙ୍ଖକ୍ଷେତ୍ରେ ଜଗନ୍ନାଥ ରାମେଶ୍ୱର, ବଦ୍ରୀନାଥ
ଦେବତ୍ୱର ତୀର୍ଥ ସ୍ଥାନ କେଡେ ସୁନ୍ଦର
ବମ୍ବେ ଦିଲ୍ଲୀ ଜୟପୁର କଲିକତା କାନପୁର
ଗୋପ ବୃନ୍ଦାବନ କାଶୀ ଭୁବନେଶ୍ୱର
ସରଗପୁର ମୋ ଭାରତ
ତାହାରି ସନ୍ତାନ ରୂପେ ଆମ୍ଭେ ଗର୍ବିତ ll
ସତ୍ୟ ଧର୍ମ ସଦାଚାରେ ଅହିଂସା ଗାନ୍ଧୀ ମାର୍ଗରେ
ସ୍ନେହ ଭାତୃତ୍ୱରେ ଦେଶ ବିକାଶ କରେ
ସ୍ଥଳ ଜଳ ଆକାଶରେ ସବୁ ଦେଶ ବିଦେଶରେ
ପ୍ରଯୁକ୍ତି ବିଜ୍ଞାନ ଜ୍ଞାନେ ସମ୍ମାନ ପାଏ
ମାତୃଭୂମି ମୋର ଭାରତ
ତାର ସେବାପାଇଁ ମନେ କରିବା ବ୍ରତ ll
***†*******************************
ନୃସିଂହ ନାରାୟଣ ତ୍ରିପାଠୀ
ନିମାପଡା, ପୁରୀ