Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nrusingha Narayan Tripathy

Classics Inspirational

4  

Nrusingha Narayan Tripathy

Classics Inspirational

ଆଲୋକର ପର୍ବ ଶୁଭ ଦୀପାଳି

ଆଲୋକର ପର୍ବ ଶୁଭ ଦୀପାଳି

1 min
257



ଦୀପ ଜାଳି ଘର ଆମେ ସଜାଇ

ମିଠା ବାଣ୍ଟି ସ୍ନେହ ଦେବା ବଢାଇ l

ଅନ୍ତର କାଳିମା ଦେଲେ ହଟାଇ

ଆଶିଷ ଟି ଦେବେ ପ୍ରଭୁ ଗୋସାଇଁ ll


ଉଦ୍ଭାସିତ କରି ନିଜ ବ୍ୟକ୍ତିତ୍ୱ

ମହକାଇ ଦେବା ସାରା ଜଗତ l

ସ୍ୱାର୍ଥ, କାମ, ଲୋଭ ଜଳାଇ ଦେବା 

ତ୍ୟାଗ, ବଳିଦାନ କର୍ମେ କରିବା ll


ଅମା ଅନ୍ଧାରଯେ ଯାଏ ପଳାଇ

କ୍ଷୁଦ୍ର ପ୍ରଦୀପର ପରସ ପାଇଁ l

ପ୍ରଭୁଙ୍କ ପାଶରେ ଗଲେ ଶରଣ

ସତ୍ୟ, ଧର୍ମ ପଥେ ଦେଲେଟି ମନ ll


ଜ୍ଞାନର ଆଲୋକ ବତୀ ଜାଳିବା

ଅନ୍ଧବିଶ୍ୱାସଠୁ ଦୂରେ ରହିବା l

ରାମ ଗୁଣଗାନ ସର୍ବେ କରିବା

କର୍ମ ବିଶ୍ୱାସରେ ସାଧୁତା ହେବା ll


ଆଲୋକର ପର୍ବ ଶୁଭ ଦୀପାଳି

ଆସିଛି ଅନ୍ଧାର ଦେବାଟି ଟାଳି l

ପୂର୍ବ ପୁରୁଷଙ୍କୁ ଶ୍ରଦ୍ଧାରେ ସ୍ମରି

ସଂସ୍କୃତି ଐତିହ୍ୟ ଦେବା ପ୍ରସାରି ll



Rate this content
Log in

Similar oriya poem from Classics