Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nrusingha Narayan Tripathy

Classics Inspirational

4  

Nrusingha Narayan Tripathy

Classics Inspirational

ଦୀପର ଆଲୋକେ ସଜାଅ ଘର

ଦୀପର ଆଲୋକେ ସଜାଅ ଘର

1 min
305



ହୁଏ ଚକ୍ଷୁ ମୂଲ୍ୟହୀନ ଘନ ତମସାରେ ଜାଣ

    ଆଲୋକ ଗୁରୁତ୍ୱ ବୁଝେ ପରା ନୟନ 

ଏକ କ୍ଷୁଦ୍ର ଦୀପ ଶିଖା କରେ ଅନ୍ଧକାର ଫିକା

   ଦେଖିବା ସହାୟ କରେ ଆଭା ବାଣ୍ଟିଣ l


କେତେ ଅଛି ମହାନତା ଦିବ୍ୟ ଗୁଣେ ବିଭୂଷିତା

   ଅନ୍ୟ ପାଇଁ ଜଳେ ନିଜେ ଛୋଟ ସଳିତା

କେତେ ପୁଣ୍ୟ ଧର୍ମ କା6ର୍ଯ୍ୟ ପ୍ରତି ଶୁଭାଶୁଭ କର୍ମେ

   ପବିତ୍ର ଦୀପକୁ ଜାଳୁ ନୁଆଇଁ ମଥା l


ପ୍ରଭୁଙ୍କର ନିକଟରେ ଦୀପ ଦେଇ ଆବେଗରେ

    ଆଶିଷ ମାଗୁଛେ ସର୍ବେ ପ୍ରଣତି ଦେଇ 

ଆଜି ସେହି ଦୀପାବଳି ଆନନ୍ଦେ ଦୀପକୁ ଜାଳି

   ଦୀପର ଆଲୋକେ ଘର ଦେବା ସଜାଇ l


ଅଜ୍ଞାନ କୁ କରି ଦୂର ଜ୍ଞାନ କୁ କରି ଆଦର

   ଅନ୍ତର କାଳିମା ଆମେ ଦେବା ଜଳାଇ

ସେବା, ତ୍ୟାଗ କରି ବ୍ରତ ଗଢିବା ଆମ ଚରିତ୍ର

   ସଂସ୍କାରେ ବ୍ୟକ୍ତିତ୍ୱ ତୋଳି ଯିବା ଆଗେଇ l


ସୁବର୍ଣ୍ଣ ପରି ସୁନ୍ଦର ସଦା ହେଉଯେ ଅନ୍ତର

    ସତ୍ୟ ସାଧୁତାରେ ରଖି ନିଜର ମତି

ସଳିତାର ଗୁଣ ଧରି ଧର୍ମ ପଥେ କର୍ମ କରି

   ଦେଇ ମନ ବିଭୁ ପ୍ରେମ ଦର୍ଶନେ ମାତି l



Rate this content
Log in

Similar oriya poem from Classics