STORYMIRROR

Nrusingha Narayan Tripathy

Classics Others

4  

Nrusingha Narayan Tripathy

Classics Others

କଳାସାଆନ୍ତ

କଳାସାଆନ୍ତ

1 min
377

🙏🙏କଳାସାଆନ୍ତ🙏🙏
***************************
କାଳିଆ କଳା ସାଆନ୍ତ ପାଦେ କରୁ ଭକ୍ତି
କଷ୍ଟ ଯନ୍ତ୍ରଣାରୁ ପ୍ରଭୁ ମିଳୁ ଟିକେ ମୁକ୍ତି ll
ବଡ଼ ଦେଉଳରେ ନିତି ଲଗାଉଛ ଲୀଳା
ପରିପୂର୍ଣ୍ଣ ତୁମେ ପ୍ରଭୁ ଧରି ଷୋଳ କଳା  ll

କଳା କଳା ଦେହେ ତୁମ ଯାଦୁ ଅଛି ଭରି 
ଚକା ଚକା ଆଖି ତୋଷେ ମନକୁ ସବୁରି  ll
ତୋ ଠାରେ ନଜର ଥରେ ପଡ଼ିଯିବ ଯାର
ଖୋଜିବ ହୃଦୟ ତୋତେ ପରା ବାରମ୍ବାର ll

କାଳିଆ ସାଆନ୍ତ ସିଏ ଜଗତ କରତା
ଭକ୍ତଙ୍କ ଠାକୁର ପ୍ରଭୁ ଜୀବ ମୁକ୍ତି ଦାତା ll
ପରମ ଈଶ୍ୱର ଦେବ ଜଗତର ନାଥ
କୃପାମୟ ବିଭୁ ତୁମେ ଅନାଥର ନାଥ  ll

ପତିତ ଉଦ୍ଧାର ପାଇଁ ବଢ଼ାଇଛ ହାତ
ନୀଳାଚଳେ ନୀଳଚକ୍ରେ ଉଡାଉଛ ନେତ ll
ଦର୍ଶନ ଦେଉଛ ପ୍ରଭୁ ସ୍ମିତହାସ୍ୟ କରି
ତୋର ଦରଶନେ ଭକ୍ତ ଦୁଃଖ ଯାଏ ସରି  ll

କାଳିଆ ସାଆନ୍ତ ପାଶେ ଭକ୍ତି ନିବେଦନ
ତୋର ନାମ ଗାଇ ଗାଇ ଯାଉଛି ଶରଣ  ll
ସତ୍ୟ ଧର୍ମ ନ୍ୟାୟ ପଥ କହି ଦିଅ ମୋତେ 
ଦେଖୁଥାଏ ପ୍ରତି କର୍ମେ ପ୍ରଭୁ ପରା ତୋତେ ll
**********************************
ନୃସିଂହ ନାରାୟଣ ତ୍ରିପାଠୀ
ନିମାପଡା, ପୁରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics