STORYMIRROR

Sanjya Tripathy

Classics

3  

Sanjya Tripathy

Classics

ଏହା ଗୋଟିଏ ଛୋଟ ଘଟଣାସେ ଚପଳା ଚଳଚ

ଏହା ଗୋଟିଏ ଛୋଟ ଘଟଣାସେ ଚପଳା ଚଳଚ

1 min
175

ଏହା ଗୋଟିଏ ଛୋଟ ଘଟଣା

ସେ ଚପଳା ଚଳଚଂଚଳା ବନ ବିହଂଗୀ

ଯା’ର ନୃତ୍ୟର ତାଳେ ତାଳେ ଆଦିମ ଉଦ୍ଦାମତ ଓ

ମାଂସଲୋଭୀ ଜନତାଂକ ଭିଡ

କରୋନା କଟକଣାକୁ ନ ମାନି

ସାମାଜିକ ଦୂରତ୍ବର ଖୋଲା ଉଲଂଘନ କରି

ଖଚାଖଚ୍ ପ୍ରେକ୍ଷାଳୟ ଭର୍ତି

ଅର୍ଶଲଂଗୁଳି ଝିଅମାନଂକ ବାର୍‌ଡ୍ୟାନ୍‌ସ

ସୁରା ଓ ସାକୀର ମଧୁର ମିଳନରେ ମତ୍ସ୍ୟ

ସମାଜର ବଡପଂଡା ମାନେ

ତା’ ପରଦିନ ଏକ ନାବାଳିକା ଗଣଧର୍ଷଣ

ଓ ହତୟାର ଖବରରେ ଅଙ୍ଖୁଡ ନୀରବ

ପ୍ରତିବାଦର ସ୍ୱରଟିଏ ବାହାରିଲାନି

ଆଉ-ପୋଲିସ୍ ! ସେଇ ଗତାନୁଗତିକ

କଚ୍ଛପ ତଦଂତ

ବିରୋଧୀ ଦଳଂକ ବଂଦ, ଧାରଣା ରାଜନୀତି

ନିର୍ଲ୍ଲଜ ପ୍ରଶାସନର ଫ୍ଲୁଭକର୍ଣ୍ଣ ନିଦ୍ରା

ଶାସକଂକ ପାଇଁ ଏହା ଗୋଟିଏ ଛୋଟ ଘଟଣା

ଆଉ ବାକି ମାନେ କିଂକର୍ତବ୍ୟ ବିମୂଢ

କାନା ବାସନାର ହୋମ ଯଜ୍ଞରେ

ନିଇତି ଆହୁତି ଦେଉଥ୍ବେ ପରି, ମମିତା

ନିର୍ଭୟାର ବିଳଂବିତ ନ୍ୟାୟ ପରି

ଏମାନେ ବି ହଜିଯିବେ ବିସ୍ତୃତିର ଅତଳଗର୍ଭରେ ।



Rate this content
Log in

Similar oriya poem from Classics