STORYMIRROR

Sudeshna Misra

Classics Others

3  

Sudeshna Misra

Classics Others

ଅନ୍ଧାର ଯାଉ ଅପସରି

ଅନ୍ଧାର ଯାଉ ଅପସରି

1 min
202

 କାର୍ତ୍ତିକ ମାସରେ ପଡେ 

     ଆଳୁଅର ପର୍ବ ଦୀପାବଳୀ 

  ଭକ୍ତି ଭରେ ପବିତ୍ର ଭାବେ

     ପୂଜିତ ହୁଅନ୍ତି ମା କାଳୀ

 ଅମାବାସ୍ୟାର ଘନ ଅନ୍ଧକାରେ 

     ମାଙ୍କ ପୂଜା ହୁଏ ଅନୁଷ୍ଠିତ

 ଦୀପର ଆଲୋକରେ

      ଘର ଘର ହୁଏ ସୁସଜ୍ଜିତ 

 ଛୋଟିଆ ଦୀପଟିଏ ଦେଖାଏ

     କେତେ ଆଶାର ଆଲୋକ

  ସରୁ ସଳିତାଟି ଜଳି ଜଳି

     ଦୂରକରେ ମଣିଷର ଶୋକ    

  ଦୀପରଶିଖାର ଆଲୋକରେ

     ଅନ୍ଧାର ଯାଉ ଅପସରି

  ଆଲୋକ ଆଣୁ ଆନନ୍ଦ

    ଭରୁ ଉତ୍ସାହ ମନରେ ସବୁରି

  ଦୂରହେଉ ତିମିର ପୃଥିବୀରୁ 

      ଧରା ହେଉ ସ୍ବଛ୍ଛ ପରିଷ୍କୃତ

 ସମସ୍ତଙ୍କର ଜୀବନ ପଥ ହେଉ

      ସୁଖମୟ ଓ ଆଲୋକିତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics