STORYMIRROR

Sudeshna Misra

Inspirational

4  

Sudeshna Misra

Inspirational

ମା'ର ଶିକ୍ଷା ୨

ମା'ର ଶିକ୍ଷା ୨

2 mins
11

ମା'ଠୁ ଯାହା ପାଇଛି ମୁହିଁ

       ଅଟେ ତା ଅମୁଲ୍ୟ ରତନ

ମା ବୁଝେଇ ଦେଲେ 

      ମାନିଯାଏ ଅବୁଝା ମନ। ୧


"ନିଜେ ପରିଶ୍ରମ କରି ବଞ୍ଚିବା, 

            ହେଉ ଜୀବନର ବ୍ରତ

କର୍ମ କରୁଥିଲେ ଜୀବନେ

      ଶରୀର ନ ରହେ ଅସୁସ୍ଥ ।୨


ବହି ଓ ପତ୍ର ପତ୍ରିକା ପଢି

     ନିଜକୁ କର ଯେବେ ଶିକ୍ଷିତା

ବହୁ ଅସୁବିଧା ହେବ ଦୂର

          ଲିଭିଗଲେ ଅଜ୍ଞାନତା।୩

      

ସବୁବେଳେ ଭୋଗରାଗର

             ନହେଇ ବଶବର୍ତ୍ତୀ 

ସଂସାରରେ କିଛିଟା ତ୍ଯାଗର

         ହୁଅ ତୁମେ  ମୂର୍ତ୍ତିମତୀ "।୪


ଏହିସବୁ କଥା କହି ମଣିଷଟିଏ 

           ହେବାକୁ ଦେଉଥିଲା ପରାମର୍ଶ

ବୁଝେଇ ଦିଏ ନାନା କଥା କହି

            ମୋ ମନରେ ନଥିଲେ ହରଷ।"। ୫


 ଭଲ ମନ୍ଦ ବିଚାର କରିବାର ଶକ୍ତି

             ଆମକୁ ଦେଲା ସେ ବାଣ୍ଟି 

ସେଇ ବିବେକ ରାସ୍ତା ଦେଖାଏ,

             ଆଜି ପଡେ ଯେବେ ଝୁଣ୍ଟି ।୬


  ତା ପାଇଁ ଶିଖିଛି, ଏବେବି ଶିଖୁଛି 

           ହେବାକୁ ଆତ୍ମ ନିର୍ଭରଶୀଳ 

ନିଜ ଗୋଡ଼ରେ ଠିଆ ହେଇ

     ଦେଉଛି ଅନ୍ୟକୁ ମାନସିକ ବଳ ।୭


ମା ପାଇଁ ଆଜି ସମାଜରେ,

    ମୋର ଏକ ଛୋଟ ପରିଚୟ 

ତା ପ୍ରତି ସେନେହ ମମତା ଶ୍ରଦ୍ଧା

         କେବେ ନ ହେଉ ବିଲୟ।୮


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational