STORYMIRROR

DILIP KUMAR SAHOO

Inspirational

3  

DILIP KUMAR SAHOO

Inspirational

ବୋଲେ ହୁଁ ଟି

ବୋଲେ ହୁଁ ଟି

1 min
44

    

ବାରବାର ହାତ ଧୋଇଟି ,ବୋଲେ ହୁଁ ଟି

କରୋଣା ଠୁ ଦୂରେ ରୁହଟି,ବୋଲେ ହୁଁ ଟି

ସଫା ପାଣି ହାତେ ଢାଳିବା,ବୋଲେ ହୁଁ ଟି

ସାବୁନରେ ହାତ ଘଷିବା ,ବୋଲେ ହୁଁ ଟି

ଦୁଇ ପାପୁଲିକୁ ଯୋଡିତ , ବୋଲେ ହୁଁ ଟି

ଭଲଭାବେ ତାକୁ ଘଷତ ,ବୋଲେ ହୁଁ ଟି

ଆଙ୍ଗୁଠି ସନ୍ଧିରେ ଆଙ୍ଗୁଠି,ବୋଲେ ହୁଁ ଟି

ପୂରାଇ ଭଲରେ ଘଷଟି, ବୋଲେ ହୁଁ ଟି

ପାପୁଲି ପଛକୁ ଘଷିରେ,ବୋଲେ ହୁଁ ଟି

ସଫାକର ହସିହସିରେ,ବୋଲେ ହୁଁ ଟି

ତରତର ହୁଅ ନାହିଁଟି , ବୋଲେ ହୁଁ ଟି        

କୋଡିଏ ସେକେଣ୍ଡ ଧୁଅଟି, ବୋଲେ ହୁଁ ଟି

ହାତ ସଫା ହୋଇଗଲେରେ,ବୋଲେ ହୁଁ ଟି     

ପାଣିରେ ଭଲରେ ଧୁଅରେ ,ବୋଲେ ହୁଁ ଟି

ହାତ ଯଦି ସଫା ରହେଟି,ବୋଲେ ହୁଁ ଟି

ଡରଇ କରୋଣା ରୋଗଟି ,ବୋଲେ ହୁଁ ଟି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational