STORYMIRROR

Niranjan Sahu

Inspirational

3  

Niranjan Sahu

Inspirational

ଅସମୟେ ସାଥ ଦିଅନ୍ତି

ଅସମୟେ ସାଥ ଦିଅନ୍ତି

1 min
19


ଅନ ଲାଇନ ବନ୍ଧୁ ମାଳ ମାଳ ଆଜି

ଅଫ ଲାଇନ ବନ୍ଧୁ କମ୍

ଲାଇକ୍ କମେଣ୍ଟ୍ ଚାଟିଙ୍ଗ୍ ଚାଲିଛି

ଅଫ୍ ଲାଇନ୍ କଥା କମ୍,....


ନିତ୍ୟ ବନ୍ଧୁକୁ ଦୂରରେ ରଖିଲେ

ସପନ ବନ୍ଧୁଙ୍କୁ ପାଇ

ଦୁଃଖ ସମୟରେ ନିତ୍ୟ ବନ୍ଧୁ ହିଁ

ସହାୟକ ହୋଇଥାଇ,....


ସପନର ବନ୍ଧୁ କର ମନା ନାହିଁ

ନିତ୍ୟବନ୍ଧୁ ସହ ସମ୍ପର୍କ ରଖିବ

ପ୍ରକୃତ ବନ୍ଧୁଙ୍କୁ ଦୁରେଇ ରଖିଲେ

ଅସମୟେ କଷ୍ଟ ପାଇବ....


ଆଜିର ଯୁଗ ତ ଅନ୍ ଲାଇନ୍ ଯୁଗ

ସପନରେ ସବୁ ବୁଲନ୍ତି

ଦିନରେ ରାତିରେ ମୋବାଇଲ ଧରି

ରଙ୍ଗୀନ ସପନ ଦେଖନ୍ତି....


ମୋବାଇଲ ବନ୍ଧୁ ମରୁ ମରିଚୀକା

ମୋବାଇଲରେ ଖାଲି ଦିଶନ୍ତି

ନିତ୍ୟ ବନ୍ଧୁ ପାଖେ ପାଖେ ଥିଲେ

ଅସମୟେ ସାଥ ଦିଅନ୍ତି ,.....


ମୋବାଇଲ ବନ୍ଧୁ ଦୂରକୁ ସୁନ୍ଦର

ମିଠା ମିଠା କଥା କୁହନ୍ତି

ପ୍ରକୃତ ବନ୍ଧୁ ପାଶେ ପାଶେ ରହି

ଦୁଃଖେ ସୁଖେ ସାଥ ଦିଅନ୍ତି.....




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational