STORYMIRROR

Niranjan Sahu

Inspirational

3  

Niranjan Sahu

Inspirational

ମନେ ମନେ ଗୁଡ଼ ଖାଆନ୍ତି...

ମନେ ମନେ ଗୁଡ଼ ଖାଆନ୍ତି...

1 min
247


ଗୋଟିଏ ପଟରେ ମାଆ ପୂଜା ପାଏ

ଆଡ଼ମ୍ବରେ ପୂଜା ପୀଠରେ

ଅନ୍ୟପଟେ ମାଆ ଭିକ ମାଗି ବୁଲେ

ବିକଳେ ବାଟରେ ଘାଟରେ,,,


ପୀଠର ମାଆଙ୍କୁ ସମସ୍ତେ ମାଗନ୍ତି

ନଡ଼ିଆ କଦଳୀ ଦେଇ

ନିଜର ମଙ୍ଗଳ କାମନା କରନ୍ତି

ଧୂପ ଦୀପ ଝୁଣା ଦେଇ,.....


ସମସ୍ତେ ପୀଠରେ ମାଆଙ୍କୁ ମାଗନ୍ତି 

ପରିଚୟ ନାମ ଭକ୍ତରେ

ପେଟ ପାଇଁ ମାଆ ଲୋକଙ୍କୁ ମାଗିଲେ

ପରିଚୟ ଭିକାରୀ ନାମରେ......


ପୀଠରେ ପଣ୍ଡାଙ୍କୁ ଯାଚି ଦେଉଛନ୍ତି

କିଛି ପୁଣି ଦାନ ହୁଣ୍ଡିରେ

ବାହାରେ କିଏ ମୁଠେ ମାଗିଦେଲେ

ଛୁରୀ ପଶି ଯାଏ ଛାତିରେ.......


ଛିଞ୍ଚାଡିଲା ଭଳି କିଛି ଦେଇଦେଇ

ନିଜକୁ ଦାନୀ ଭାବନ୍ତି

ଖୁଚୁରା ପଇସା କିଛି ଦେଇ ଦେଇ

ପୂର୍ଣ୍ୟ ଅର୍ଜିଲା ଭାବନ୍ତି.....


ନରଦେହରେ ହିଁ ନାରାୟଣ ଅଛି

ଏ କଥାକୁ ଭୁଲିଯାଆନ୍ତି

ମରୀଚିକା ପଛେ ଗୋଡେଇ ଗୋଡେଇ

ମନେ ମନେ ଗୁଡ଼ ଖାଆନ୍ତି....



Rate this content
Log in

Similar oriya poem from Inspirational