Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Sahu

Inspirational

3  

Niranjan Sahu

Inspirational

ଖୁସିରେ ହସିବ ଭାରତ

ଖୁସିରେ ହସିବ ଭାରତ

1 min
194



କିଏ ଏଠି ହିନ୍ଦୁ କିଏ ମୁସଲମାନ

କିଏ ଅଟେ ଶିଖ କିଏ ଖ୍ରୀଷ୍ଟିୟାନ

       ସମସ୍ତେ ଅଟନ୍ତି ସମାନ

ଧର୍ମ ଧର୍ମ କହି ପରସ୍ପର ମଧ୍ୟେ

        କରିଥାନ୍ତି ବେଇମାନ ।


ଜନମ ହୋଇଲେ ମରିବା ନିଶ୍ଚିତ

         ସବୁ ଧର୍ମରେ ଅଛି

ତୁମେ ତ ମଣିଷ ଆମେ ତ ମଣିଷ

      ହେବା କିଆଁ ବଛା ବଛି ।


ଭାବିଛକି ଥରେ କେବେ ବିପଦରେ

       ରକ୍ତ ଦରକାର ପଡିଛି

ରକ୍ତ ଭଣ୍ଡାର କୁ ଯାଇକରି କିଏ

       ନିଜ ଧର୍ମ ରକ୍ତ ମାଗିଛି ।


ତୁମେ ବି ବଞ୍ଚିଛ ଆମେ ବି ବଞ୍ଚିଛୁ

      ଖୁସିରେ ଏ ଧରାଧାମରେ

ମିଳିମିଶି ଆମେ ଚଳିବା ଭାଇ

        ଆମରି ଭାରତ ବର୍ଷରେ,,


ତମର ଭାରତ ଆମର ଭାରତ

       ଦୁହିଁଙ୍କର ଅଟେ ଭାରତ

ମିଳିମିଶି ଯଦି ଆମେ ଚଳିବା

      ଖୁସିରେ ହସିବ ଭାରତ ।



Rate this content
Log in

Similar oriya poem from Inspirational