STORYMIRROR

Niranjan Sahu

Inspirational Others

2  

Niranjan Sahu

Inspirational Others

କାହାକୁ କହିବା କୁହ

କାହାକୁ କହିବା କୁହ

1 min
135

ଜାଣି ଶୁଣି ସବୁ ଭୁଲ କରନ୍ତି        

    ଦାଣ୍ଡର କିଳା କୁ ଘରକୁ ଆଣନ୍ତି

ଯେତେ କହିଲେ ଅବୁଝା ହୁଅନ୍ତି

         କାହାକୁ କହିବା କୁହ


ହିତୋପଦେଶ ସେମାନ ଙ୍କୁ ଦେଲେ

           କହିବେ ଚୁପ ରୁହ,,,,,,

ମଦ ଗଞ୍ଜେଇ ରେ ମଗ୍ନ ରୁହନ୍ତି

    ବିନା ହେଲମେଟେ ଘୁରି ବୁଲୁଥାନ୍ତି

ନିଜକୁ ସର୍ବଦା ଜ୍ଞାନୀ ଭାବୁଥାନ୍ତି

          କାହାକୁ କହିବା କୁହ

ଟିକିଏ କଥାରେ ମାଡ଼ଗୋଳ କରି

           ଫଟେଇ ଦିଅନ୍ତି ମୁହଁ,,,,,


ପାଠ ଶାଠ ସବୁ ପଛରେ ପକାନ୍ତି

       ଝିଅଙ୍କ ପଛରେ ଘୁରିବୁଲୁଥାନ୍ତି

ଭିକାରି ଭଳିଆ ଡ୍ରେସ ପିନ୍ଧିଥାନ୍ତି

       ମୁଷା ଲାଞ୍ଜ ଭଳି ଚୁଟି ରଖିଥାନ୍ତି

             କାହାକୁ କହିବା କୁହ


ଗୁରୁଜନଙ୍କୁ ଅସମ୍ମାନ କରି

          କୁହନ୍ତି ଆମେ ଆଧୁନିକ ପୁଅ/ଝିଅ


ଏତ କଳିକାଳ ରୀତି

   ଭଲ କଥା ଯଦି କାହାକୁ କହିବ

        ସମସ୍ତେ ହେବେ ଅଶାନ୍ତି,,,,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational