ପ୍ରେମ ମିଳିଯାଏ ବାଟରେ ଘାଟରେ
ପ୍ରେମ ମିଳିଯାଏ ବାଟରେ ଘାଟରେ


ତୁମେ କହୁଥିଲ ମୁଁ ଶୁଣୁଥିଲି
ମୁଁ କହୁଥିଲି ତୁମେ ଶୁଣୁଥିଲ
ଏମିତି କଣ ହେଲା
ନିମିଶକ ମଧ୍ୟେ ପ୍ରେମର ପସରା
ଭାଙ୍ଗି ଚୁରମାର ହେଲା ।
ତୁମେ ଚାଲିଗଲ ତୁମରି ବାଟରେ
ମୁଁ ରହିଗଲି ଏଠାରେ
ମୁଁ ସିନା ଅଛି ଦୁଃଖରେ ଏଠି
ତୁମେ ଭଲଥାଅ ସେଠାରେ ।
ଗରିବ ବୋଲି ମୁଁ ତୁମେ ଭୁଲିଗଲ
ତୁମେ ରଜାଘର ଝିଅ
ଭୁଲିବାର ଯଦି ତୁମମନେ ଥିଲା
ପ୍ରେମ କିଆଁ କଲ କୁହ ।
ଆଜିକାଲି ଯୁଗେ ପ୍ରେମ ର ମାନେ
ଟଙ୍କା ପଇସାର ଖେଳ
ଟଙ୍କା ପଇସା ପାଖରେ ନଥିଲେ
ପ୍ରେମ ହେଇଯାଏ ଖୋଳ ।
କେବେ ସିନା ଥିଲା ପ୍ରେମ ମୂଲ୍ୟବାନ
ଆଜି ର ଦିନରେ ଶସ୍ତା
ପ୍ରେମ ମିଳିଯାଏ ବାଟରେ ଘାଟରେ
ଟଙ୍କା ଥିଲେ ବସ୍ତା ବସ୍ତା ।