STORYMIRROR

RUNALAILA MOHANTA

Comedy Fantasy Children

4  

RUNALAILA MOHANTA

Comedy Fantasy Children

ଯାଦୁଇ ଚିରାଗ୍

ଯାଦୁଇ ଚିରାଗ୍

1 min
232

(Prompt-5)


ଅନ୍ଧାର ରାତିର ସେ ଜିନିଷ

ଦେଇଗଲା ମୋତେ ଆଲୋକ


ଛୁଇଁଲି ମୁଁ ଯେବେ ସେ ଯାଦୁଇ ଚିରାଗ

ଜିନ୍ ବାହାରି କହିଲା ଦେବାକୁ ଆଦେଶ


ମୁଁ କହିଲି ତୁ ପାରିବୁକି ସବୁ ଆଣି

ସତ କହ ନ ହୋଇ ଚାଲାକ


କହିଲା ସେ ମୋତେ ଶୁଣ୍ଲୋ ଗେହ୍ଲେଇ

ମୋ ପାଇଁ କିଛି ନୁହେଁ ଅସମ୍ଭବ

କହିବୁ ତୁ ଯାହା ଆଣିବି ମୁଁ ତାହା

ନକରି ଭାବନା କହି ଯା ତୋ ମନକଥା


କହିଲି ମୁଁ ତାକୁ ଆଣିବୁ କି ମୋ ପାଇଁ

ଶାନ୍ତିର ସାଗର ଆନନ୍ଦର ଢେଉ


ରହିଲା କିଛି କ୍ଷଣ ହୋଇ ସେ ଚୁପ୍

ହୋଇଛୁ କି ପାଗିଳି ଆଜି ସଚ୍ ମୁଚ୍

ମାଗୁଛୁ ତ କିଛି ସମ୍ଭବ ଜିନିଷ ମାଗ୍

ନହେଲେ ଗଢିଦେବି ମହଲ ହୋଇବୁ ଖୁସ୍

କଣ ଭାବୁଛୁ କି ଲୋ ରାଣୀ ହୋଇ ବେହସ୍


ନଭାବିବୁ ଯଦି କିଛି ତୋତେ କହିବି ମୁହିଁ

ନଦେଇ ମୋତେ ତୁ କିଛି ବହୁତ ନେବୁ କି ତୁହିି


ଶୁଣି ଏହା ଜିନ୍ ହୋଇଲା କାବା

ସତେ କି ମଣିଷ ତୁହି ଦେଖୁଛି ଯା'କୁ ମୁହିଁ

ଆଜିଯାଏ ମୋତେ ଯେ କେହି ଦେଇନାହାନ୍ତି କିଛି

ଖାଲି ମାଗିବାରେ ସବୁ ହୁଅନ୍ତି ଛେଚି କୁଟି

କହ କହ ଲୋ ସୁନ୍ଦରୀ କି ଦେବୁ ଆଜି ତୁହି


କହିଲି ମୁଁ ତାକୁ ହସି ନେଇ ଯା ଦୁଃଖ ସବୁ ଖୋଜି

ଜିନ୍ ଏହା ଶୁଣି ହୋଇଲା ଯେ ବେହସ୍

ଆସିବନି ବୋଧେ ଆଉ କେବେ ତା ହସ୍



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy