STORYMIRROR

RUNALAILA MOHANTA

Classics Others

4  

RUNALAILA MOHANTA

Classics Others

ଦେବୀ ଶକ୍ତି

ଦେବୀ ଶକ୍ତି

2 mins
386


    ପ୍ରଥମା‌ରେ ତମେ କୋମଳ ବାଳିକା

         ଦେବୀ ଶୈଳପୁତ୍ରୀ

ରାଜ ହିମାଳୟ ଓ ମୈନାଙ୍କର ସୁଖର ଲହରୀ

              

ଦ୍ଵିତୀୟା ରେ ତମେ ସଂଯମର ପ୍ରତିମୂର୍ତ୍ତୀ

        ଦେବୀ ବ୍ରହ୍ମଚାରିଣୀ

 କଠୋର ତପ କରି ହେଲ ଶିବଙ୍କ ଶିବାନୀ

              

 ତୃତୀୟା ରେ ତମେ ସୁନ୍ଦର ଶୀତଳ କଳିକା

         ଦେବୀ ଚନ୍ଦ୍ରଘଣ୍ଟା

  ନିର୍ଭୟ ଚିତ୍ତ ହୋଇବ କଲେ ତମ ବାଖ୍ୟା

              

   ଚତୁର୍ଥୀ ରେ ତମେ ପ୍ରକାଶ ଦାୟିନୀ

          ଦେବୀ କୂଷ୍ମାଣ୍ଡା

 ସ୍ମିତ ହାସ୍ୟ ଦେଇ ମାତା କଲ ସୃଷ୍ଟିର ରଚନା

              

   ପଞ୍ଚମୀ ରେ ତମେ ମମତା ସ୍ୱରୁପିଣୀ

         ଦେବୀ ସ୍କନ୍ଦମାତା

     କାର୍ତ୍ତିକେୟ ଦେଇ ତମେ କଲ

       ତାରକାସୁର ଠାରୁ ରକ୍ଷା

             

    ଷଷ୍ଠୀ ରେ ତମେ ପାପ ନାଶିନୀ

       ଦେବୀ କାତ୍ୟାୟନୀ

    ଋଷିଙ୍କ ସଙ୍କଟ ମୋଚନ କଲ

         ମା ଭଗବତୀ

            

  ସପ୍ତମୀ ରେ ତମେ ଶତ୍ରୁ ସଂହାରିଣୀ

       ଦେବୀ କାଳରାତ୍ରି

  ରକ୍ତବୀଜର ରକ୍ତ ପିଇ ହେଲ ବିଜୟୀ

            

   ଅଷ୍ଟମୀ ରେ ତମେ ମୃଣମୟୀ ମାତା

       ଦେବୀ ମହାଗୌରୀ

  ଆଜୀବନ ପାଇଁ ହେଲ ହରଙ୍କ ସଙ୍ଗିନୀ

            

   ନବମୀ ରେ ତମେ ସ୍ଵୟଂ ଦୁର୍ଗା

       ଦୁର୍ଗତି ନାଶିନୀ

 ଦୁଃଖ ବେଳେ ଉଭା ହୁଅ ଜଗତ ଜନନୀ

            

   ଦଶମୀ ରେ ତମେ ନିଅ ବିଦାୟ

      ହୋଇ ବିଜୟ ସର୍ବତ୍ର

   ଦେଇ ଭକତଙ୍କୁ ସୁଖ ଆଉ ଶାନ୍ତି

            

        ହେ ମୋର ମା

   ନବଦୁର୍ଗା ଦେବୀ ଶକ୍ତି ସ୍ୱରୂପା

  ଆନନ୍ଦ ଦାୟିନୀ ଶାନ୍ତି ପ୍ରଦାୟିନି

 ସୁଖର ସାଗର ଭଗବତୀ ନାରାୟଣୀ

 ଅଜ୍ଞାନୀ କୁ ଜ୍ଞାନ ଅନ୍ଧାରକୁ ଆଲୋକ

ଦେଇ ତମେ କର ସୃଷ୍ଟି କୁ ସମଚାଳିତ

ସଂସାର ଯେବେ ଭାବିଲା ନାରୀ ଶକ୍ତି ହୀନା

    ବୃଥା ହେଲା ତାଙ୍କ ଭାବନା

    ଦେଖି ତୁମ ଜ୍ଵାଳା ରୂପ

          

 ଯେବେ ଯେବେ ହେବ ନାରୀ ଅତ୍ୟାଚାର

ସେତେବେଳେ ମା ଆସିବେ ନେଇ ରୂପ ହଜାର

 ନାରୀ ନୁହେଁ ଅବଳା ନାରୀ ନୁହେଁ ଦୁର୍ବଳା

ବିଦ୍ୟମାନ ପ୍ରତି ହୃଦୟେ ମାତାଙ୍କର ପ୍ରେରଣା

ଯେବେ ଯେବେ ନେବେ ମହିଷାସୁର ପରି

        ରାକ୍ଷସ ଜନମ

  ତେବେ ତେବେ ସଂସାର ଦେଖିବ

      ନାରୀର ଶତ୍ରୁ ସଂହାର

            

     ନେଇ ମାତାଙ୍କ ଆଶୀର୍ବାଦ

     ଦୂରେଇ ଦେବା ନିଜ ମନରୁ

        ଆସୁର ମନଭାବ

ଏ ପୂଜାରେ କରି ନେବା ନିଜ ଭାବନାକୁ

         ସୁର ସମାନ

 ହୋଇଯିବା ସଭିଏଁ ମାତାଙ୍କ ସୁସନ୍ତାନ

            


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics