Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

RUNALAILA MOHANTA

Others

4  

RUNALAILA MOHANTA

Others

ଦୀପଟିଏ ମୋତେ କରିଦିଅ ପ୍ରଭୁ

ଦୀପଟିଏ ମୋତେ କରିଦିଅ ପ୍ରଭୁ

1 min
296


ଶୁଣ ଶୁଣ ହେ ଜଗତ ପାଳକ

ହୋଇ ବ୍ୟାକୁଳ ଡାକେ ଝିଅ ତୁମର ।


ଦୀପ ଟିଏ ମୋତେ କରିଦିଅ ପ୍ରଭୁ

   ତୁମ ପ୍ରେମେ ଯିବି ଜଳି ।


ଅନ୍ଧକାର ହଟେଇ ଆଲୋକ ମୁଁ ଦେବି

    ନାମ ତୁମ ଗାଇ ଗାଇ ।


ତୁମେ ମୋ ଭକତି ତୁମେ ମୋ ଶକତି

 ତୁମ ବିନା କେହି ନାହିଁ ଯେ ମୋହରି ।


ତୁମ ନାମ ନେଇ ମୁଁ ଜଳୁଥିବି

   ପ୍ରତି ମୁହୂର୍ତ୍ତେ ତୁମକୁ ପୂଜିବି ।


 ନା ରଖିବି ଆଶା ନା ଆସିବ ନିରାଶା

   କରୁଥିବି ଚିନ୍ତନ ତୁମରି ଗାଥା ।


ତୁମକୁ ଦେଖି ଜଳିବି ତୁମକୁ ଦେଖି ଲିଭିବି

   ତୁମ ପାଦ ପଦ୍ମରେ ମୁଁ ରହିଥିବି ।


ତୁମରି ମନ୍ଦିରେ ତୁମରି ସମ୍ମୁଖେ 

  ଦୀପ ଶିଖା ହୋଇ ଜଳିବି ଖୁସିରେ ।


ଦିଅ ମୋତେ ଆଶିଷ ହେ କରୁଣାକର

 ରଖିବ ପାଶେ ଜୀବନ ଥିବା ଯାଏ ମୋର ।


ଉଜ୍ଜଳ ନକ୍ଷତ୍ର ସମ ନପାରିଲେ ହେଁ ଜଳି

 ଭକ୍ତିରେ ତୁମ ଝଲସିବି ଚନ୍ଦ୍ରମା ପରି ନିତି ।


 ହେ ସୁଖ ଦାୟକ ଦୁଃଖ ନିବାରକ

   ରଖ ତୁମ ସମୀପେ ନକରି ହଟ ।


ତୁମେ ସୃଷ୍ଟି କର୍ତ୍ତା ତୁମେ ରଚୟିତା

  ଦୀପଟିଏ କର ମୋତେ ଭାଗ୍ୟ ବିଧାତା ।


Rate this content
Log in