STORYMIRROR

RUNALAILA MOHANTA

Classics Inspirational Children

3  

RUNALAILA MOHANTA

Classics Inspirational Children

ଆମେ କଳି ଯୁଗର ଶିଶୁ

ଆମେ କଳି ଯୁଗର ଶିଶୁ

1 min
355


   ଆମେ କଳି ଯୁଗର ଶିଶୁ

  ହେଲେ ହେବୁ ନାହିଁ ଅଝଟ

   ମାନିବୁ ବଡ଼ଙ୍କ ଆଦେଶ

   କରିବୁ ସଦା ଭଲ କାମ

   ହସି ହସାଇବୁ ଜଗତ.।


  ଆମେ କଳି ଯୁଗର ଶିଶୁ

 ହେଲେ ନୁହଁ ଆମେ ଦାନବ

  କରିବୁ ନାହିଁ ଖରାପ କାମ

  ରକିବୁ ଅଧମ ଅତ୍ୟାଚାର

   କରୁଛୁ ଆଜି ଶପଥ ।


  ଆମେ କଳି ଯୁଗର ଶିଶୁ

  ପଢ଼ିବୁ ପାଠ ଛାଡ଼ି ଅଳସ

 ନହୋଇ କେବେ ଆନମନା

  ବୁଝିବୁ ଆଉ ବୁଝାଇବୁ

  ମିଳିମିଶି ଆଗକୁ ବଢ଼ିବୁ ।


  ଆମେ କଳି ଯୁଗର ଶିଶୁ

ହେଲେ କରିବୁ ନାହିଁ ଭେଦଭାବ

 ରଖିବୁ ମିଶି ଦେଶର ଟେକ

 ସଭିଏଁ ଆମ ଭାଇ ଭଉଣୀ

  ଜନ୍ମ ଭୂମି ମାଆ ଆମର ।



  ଆମେ କଳି ଯୁଗର ଶିଶୁ

ହେଲେ କହିବୁ ନାହିଁ କଟୁକଥା

ଜିତିବୁ ହୃଦୟ କହି ମଧୁର ଭାଷା

 ସମାଜ ସେବାରେ ଦେବୁ ମନ

 ସବୁଥିରେ ହୋଇ ଆଗଭର ।


  ଆମେ କଳି ଯୁଗର ଶିଶୁ

 ନହୋଇ କେବେ ଲକ୍ଷ୍ୟଚ୍ୟୁତ

ଜିବିବୁ ଜୀବନର ପ୍ରତିଟି ଖେଳ

 ଦେବୁ ନାହିଁ ମିଥ୍ୟା ପ୍ରତିଶୃତି

 ଭାଙ୍ଗିବୁ ନାହିଁ କାହା ହୃଦୟ ।


  ଆମେ କଳି ଯୁଗର ଶିଶୁ

କ୍ରୁରତା ନୁହେଁ ଆମ ପରିଚୟ

 ସରଳ ନିଷ୍ପାପ ମନ ଆମର

  ଶାନ୍ତି ପ୍ରେମ ଭରି ଦେଇ

 ଗଢ଼ିବୁ ମିଶି ରାମ ରାଇଜ ।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics