STORYMIRROR

RUNALAILA MOHANTA

Drama Romance Tragedy

3  

RUNALAILA MOHANTA

Drama Romance Tragedy

ମନେ ପଡୁଛ ବନ୍ଧୁ

ମନେ ପଡୁଛ ବନ୍ଧୁ

1 min
162


କହିବା କଥା ତ ନୁହେଁ ଏ କାହାକୁ

    ତଥାପି କହୁଛି ମୁହିଁ


 କଇଁ କଇଁ ହୋଇ ଅନ୍ତର କାନ୍ଦୁଛି

   ଆଉ ଯେ ପାରୁନି ସହି


 ସରି ସରି ଏ ସମୟ ଯାଉଛି

   ଫେରି ତ ଆସିଲ ନାହିଁ


 କେମିତି କହିବି କାହାକୁ କହିବି

   ମନ ମୋ ବୁଝୁନି କାଇଁ


ମନେ ଏତେ ଆଜି ପଡ଼ୁଛ ହେ ବନ୍ଧୁ

    କାହିଁକି ପାରୁନି ଜାଣି


 ଆସିବ କହିକି ଭୁଲି ତ ଯାଇନ

    ମିଛ ପ୍ରତିଶ୍ରୁତି ଦେଇ


 ଗ୍ରୀଷ୍ମ ସରି ଯେ ବରଷା ଆସିଲା

   ନ ଆସିଲା ତୁମ ଚିଠି


 ଖବର ନ ପାଇ ହୁଏ ମୁଁ ବ୍ୟାକୁଳ

   ହୃଦୟ କାନ୍ଦେ ଝୁରି ଝୁରି


 ସମୟ ସରୁଛି ପବନ ଗତିରେ

ହେଲେ ମନ ମୋ ରହିଛି ବରଷ ପଛରେ


 ଏମିତି କେମିତି ବଞ୍ଚିବି କୁହ ଯେ

  ବିରହ ବେଦନା ସମୁଦ୍ର ଭିତରେ


  ଅନ୍ତ ଘଟାଇ ଅପେକ୍ଷାରେ ମୋର

  ଫେରି ଆସ ବନ୍ଧୁ ନକରି ବିଳମ୍ବ 


  ରହିଛି ରହିଲି ବାଟ ଚାହିଁ ତୁମର

ଆସିବ ଯେବେ ହୋଇବ ମୋ ପାଇଁ ବସନ୍ତ ।

      .......................





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama