Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

RUNALAILA MOHANTA

Classics Inspirational Others

3  

RUNALAILA MOHANTA

Classics Inspirational Others

*ପାଳିବା ଆସ ଦିବ୍ୟ ଦୀପାବଳୀ*

*ପାଳିବା ଆସ ଦିବ୍ୟ ଦୀପାବଳୀ*

1 min
185


ଜାତି ,ଧର୍ମ ,ବର୍ଣ୍ଣ ଆମ ଏକ ବୋଲି ଜାଣିବା କେବେ କୁହ ଆଜି ,

    ଅନ୍ଧାରକୁ ଦୂର କରି ପାଳିବା ଆସ ଦୀପାବଳୀ।


ଘୃଣା ,ଦ୍ୱେଷ ଦୂର କରି ସଭିଙ୍କୁ ସେନେହ ଡୋରି ରେ ବାନ୍ଧି ,

    ଅନ୍ଧାରକୁ ଦୂର କରି ପାଳିବା ଆସ ଦୀପାବଳୀ।


   ନ ରଖି ମନ ରେ ରଷ  ନ କରି ଭେଦଭାବ ,

   ଅନ୍ଧାରକୁ ଦୂର କରି ପାଳିବା ଆସ ଦୀପାବଳୀ।


ଭିତରେ ଏକ ଉପରେ ଏକ ନରଖି ରୂପ ଅନେକ ,

  ଅନ୍ଧାରକୁ ଦୂର କରି ପାଳିବା ଆସ ଦୀପାବଳୀ।


ଶ୍ରେଷ୍ଠ ଜନ୍ମ ଯେବେ ମିଳିଛି ଆମକୁ ଶ୍ରେଷ୍ଠ ହୋଇବା ସଭିଏଁ ,

  ଅନ୍ଧାରକୁ ଦୂର କରି ପାଳିବା ଆସ ଦୀପାବଳୀ।


ଅସତ୍ ଭାବନାକୁ ଦୂରେ ରଖି ସଦା ଚାଲିବା ସତ୍ ପଥେ ,

  ଅନ୍ଧାରକୁ ଦୂର କରି ପାଳିବା ଆସ ଦୀପାବଳୀ।


ଏ ନୁହେଁ ମୋ ନିଜର କହି ମରିବାକୁ ନଦେବା କାହାକୁ କେବେ ,

   ଅନ୍ଧାରକୁ ଦୂର କରି ପାଳିବା ଆସ ଦୀପାବଳୀ।


ନ ହାରି ଜୀବନ ପଥେ ନିଜେ ଜିତିବା ଅନ୍ୟକୁ ବି ଜିତାଇବା ,

   ଅନ୍ଧାରକୁ ଦୂର କରି ପାଳିବା ଆସ ଦୀପାବଳୀ।


ପ୍ରେମରେ ଶକ୍ତି ପ୍ରେମରେ ଭକ୍ତି ଜାଣିବା ଯେବେ ପାଇବା ମୁକ୍ତି ,

   ଅନ୍ଧାରକୁ ଦୂର କରି ପାଳିବା ଆସ ଦୀପାବଳୀ।


ନ ଦେଇ ଭାଗ୍ୟକୁ ଦୋଷ କରି ଚାଲ କର୍ତ୍ତବ୍ୟ ନିଜ ନିଜର ,

   ଅନ୍ଧାରକୁ ଦୂର କରି ପାଳିବା ଆସ ଦୀପାବଳୀ।


ଶତ୍ରୁ ନାହିଁ ଆମ ଚାରିପାଖେ ତାହା ଅଛି ଆମ ଅହଂକାରେ ,

   ଅନ୍ଧାରକୁ ଦୂର କରି ପାଳିବା ଆସ ଦୀପାବଳୀ।


ଅସୁର ଭାବ ମନରୁ କାଢ଼ି ଜାଗ୍ରତ କରିବା ଦେବ ଭାବକୁ ମିଶି ,

   ଅନ୍ଧାରକୁ ଦୂର କରି ପାଳିବା ଆସ ଦୀପାବଳୀ।


ଲକ୍ଷ୍ମୀଙ୍କ ପାଇ ନଭୁଲ ମାର୍ଗ ଦୁଃଖୀକୁ ଦେଇ କର କର୍ମ ମହାନ ,

   ଅନ୍ଧାରକୁ ଦୂର କରି ପାଳିବା ଆସ ଦୀପାବଳୀ।


ନକର କଟୂ ଭାଷାର ପ୍ରହାର ମଧୁର ବଚନେ ମୋହ ମନ ସଭିଙ୍କ ,

   ଅନ୍ଧାରକୁ ଦୂର କରି ପାଳିବା ଆସ ଦୀପାବଳୀ।


ନ କାଢ଼ ସଦା ଅନ୍ୟ ଦୋଷ ନିଜ ଭୁଲକୁ ଆଗ କର ସଂଶୋଧନ ,

   ଅନ୍ଧାରକୁ ଦୂର କରି ପାଳିବା ଆସ ଦୀପାବଳୀ।


ନ ଲଢି ନିଜ ନିଜ ଭିତରେ ଭାଇଚାରା ରଖ ମନ ଭିତରେ ,

   ଅନ୍ଧାରକୁ ଦୂର କରି ପାଳିବା ଆସ ଦୀପାବଳୀ।


Rate this content
Log in

Similar oriya poem from Classics