ସହୀଦ ବାଜି ରାଉତ
ସହୀଦ ବାଜି ରାଉତ
ଢେଙ୍କାନାଳ ଜିଲ୍ଲା ନୀଳକଣ୍ଠପୁର
ଜନମ ଯେ ବାଜି ରାଉତ ର
ସେତେବେଳେ ସେଠି ଶାଶନ ଚାଲିଲା
କୁଖ୍ୟାତ ରାଜା ପ୍ରତାପ ଶଙ୍କର ର ll
ଦୁଖୀ ଲୋକ ଆୟ ବାଜ୍ୟାପ୍ତ କରି
କରୁଥିଲା ଅତ୍ୟାଚାର
ଦେବଦୂତ ସାଜି ବୈଷ୍ଣବ ପଟ୍ଟନାୟକ
ଉଠାଇଲେ ବିପ୍ଳବ ସ୍ବର ll
ତାଙ୍କ ନେତୃତ୍ୱ ରେ ମାତିଲେ ଗରିବ
ପ୍ରଜାମଣ୍ଡଳ ଗଠନ ହେଲା
ବାନର ସାଜି ସଭିଏଁ ଯୋଗ ଦେଲେ
ବାଜି ବି ସେଥିରେ ଥିଲା ll
ବାପ ଛେଉଣ୍ଡ ବାଜି ରାଉତ
ଦୁଖେ କଷ୍ଟେ ଚଳୁଥିଲା
ଦେଶ ମାତୃକାକୁ ଭଲ ପାଏ ବୋଲି
ବାନର ସେନା ସାଜିଲା ll
ଧୀରେ ଧୀରେ ସେହି ପ୍ରଜା ଆନ୍ଦୋଳନ
ଉଗ୍ର ରୂପ ଯେ ନେଲା
ଢେଙ୍କାନାଳ ରାଜା ଭୟ ପାଇଗଲେ
ଭାଳେଣି ପକେଇ ଦେଲା ll
ପ୍ରଜା ଆନ୍ଦୋଳନ ହଟେଇବା ପାଇଁ
ବ୍ରିଟିଶ ର ସାହାଯ୍ୟ ନେଲେ
ସୈନ୍ୟ ସାମନ୍ତ ଦଳ ବଳ ଧରି
ଢେଙ୍କାନାଳ ପହଁଚିଲେ ll
ସହ ସହ ଘର ଅସଂଖ୍ୟ ଜୀବନ
ମାଟିରେ ମିସେଇଦେଲେ
ବୀର ବୈଷ୍ଣବକୁ ଖୋଜିବା ପାଇଁ
ସୈନ୍ୟ ସାମନ୍ତ ଲାଗିଗଲେ ll
କେହି ଜଣେ ଦ୍ରୋହୀ ରାଜାଙ୍କ କାନରେ
କହିଦେଲା ଯେ ତାକୁ
ବୀର ବୈଷ୍ଣବ ଯେ ଖସିଯାଇଛି
ନଈ ଆର ପାରି କୁ ll
ବାର ବର୍ଷର ବାଳକ ବାଜିଆ
ସେଦିନ ଘାଟ ଜଗି ବସିଥିଲେ
ହିଂସ୍ର ଇଂରେଜ ଧମକ ଦେଖେଇ
ଘାଟ ପାରି ପାଇଁ କହିଲେ ll
ଦେଶ ମା' ଭକ୍ତ ବାଜି ରାଉତ
ରୋକ ଠୋକ ମନା କଲେ
ଗୁଡ଼ୁମ ଗୁଡ଼ୁମ ଫୁଟିଗଲା ଗୁଳି
ବାଜିଆ ଟଳି ପଡିଲେ ll
ଗାଁ ଲୋକ ସବୁ ରକ୍ତ ମୁଖା ହେଇ
ଘାଟ କୁ ଧାଇଁ ଆସିଲେ
ଇଂରେଜ ମାନେ ଭୟ ଭିତ ହେଇ
ପଳାୟନ ଯେ କଲେ ll
ବୀର ଦର୍ପେ ବାଜି ବଳି ପଡିଗଲା
ନୁଆଁଇ ନଥିଲା ମଥା
ସର୍ବ କନିଷ୍ଠ ସହୀଦ ଭାବରେ
ରଚିଦେଲା ସେ ଗାଥା ll