STORYMIRROR

Prafulla Chandra Mishra

Classics

4  

Prafulla Chandra Mishra

Classics

ଅମୃତମୟ ଉତ୍କଳ (୨୦)

ଅମୃତମୟ ଉତ୍କଳ (୨୦)

1 min
324


ଅଭିଭକ୍ତ ଏହି କଟକ ଉତ୍କଳେ ଅମୃତ ଝରଣ

ରମଣୀୟ ସୌନ୍ଦର୍ଯ୍ୟରେ ଜନମନ କରଇ ହରଣ 

ଏ ମୂଲକେ ଅଛି ଅନେକ ପ୍ରସିଦ୍ଧ କ୍ଷେତ୍ର ଯେ ମହାନ

ରଖିଛି ଉତ୍କଳ ଶିରୀ ମୂଲକ ୟା କୀର୍ତ୍ତି ଅବର୍ଣ୍ଣନ ।।


କଟକେ କଟକ ଚଣ୍ଡୀ ମହାମାୟୀ ଆଶିଷ ଢାଳଇ

ଭକତ ଜନର ମାନ ରକ୍ଷଣାର୍ଥେ ପତାକା ଉଡଇ

ମହାନଦୀ କାଠଯୋଡି ପ୍ରବାହିତ ତାର ମହାନତା

ସୌଭାଗ୍ୟ ଦାୟିନୀ ନାମିତ ଉତ୍କଳେ ସରଗର ଗଙ୍ଗା ।।


ଏ ମୂଲକେ ଭଗ୍ନ ବାରବାଟୀ ଦୁର୍ଗ ପୂରୁବ ଗୌରବ

ଗାଉଛି ଉତ୍କଳ ବୀରତ୍ଵ ପ୍ରଶସ୍ତି ତାହାର ବୈଭବ

ତାରକସି କାମ ପାଇଁ ଯେ ପ୍ରସିଦ୍ଧ ଭୂବନ ମଣ୍ଡଳେ

ତେଣୁ ତ ଭୂଖଣ୍ଡେ ବିଦିତ କଟକ ମହାନ ଉତ୍କଳେ ।।


ସିଦ୍ଧଯୋଗୀ ମୁନି କବି କଳାକାରେ ବଢାଇ ଗୌରବ

ଟେକ ରଖିଛନ୍ତି ଯୁଗେ ଯୁଗେ ଯାହା ହୋଇଛି ସମ୍ଭବ

ଅଚ୍ୟୁତ ପବିତ୍ର ଭବିଷ୍ୟ ମାଳିକା ସତ୍ୟ ସେ ବଚନ

ପବିତ୍ର ସେ ପୀଠ ଅପୂର୍ବ ନେମାଳ ପବିତ୍ର ଆଶ୍ରମ ।।


“ତୁଳସୀ କ୍ଷେତ୍ରରେ ବଳଦେବଜୀଉ” “ସିଦ୍ଧ ଵିନାୟକ”

ସାରଳା, ଚର୍ଚ୍ଚିକା, ଦେବୀ ବିଦ୍ୟମାନ ଏପରି ଅନେକ

“ଓଳାଶୁଣୀ ଶୂନ୍ୟ ମହିମା ମନ୍ଦିର” “ବ୍ରାହ୍ମଣୀ,ବିରୂପା

ମଧ୍ୟସ୍ଥଳେ” ରତ୍ନଗିରି ବୌଦ୍ଧ କୀର୍ତ୍ତି କି ଉପମା ଦେବା ।।


ଧବଳେଶ୍ଵର ଙ୍କ ମହିମା ଅପାର ପ୍ରତ୍ୟକ୍ଷ ଠାକୁର

ଚଉଷଠି ଯୋଗ୍ନୀ ଏହିମୂଲକରେ ସୁନ୍ଦର ମନ୍ଦିର 

ପାରାଦୀପ ସମୁଦ୍ର ରେ ସୁସଜ୍ଜିତ ଅନନ୍ୟ ବନ୍ଦର

ଭିତରକନିକା ଅଭୟାରଣ୍ୟ ର ସୌନ୍ଦର୍ଯ୍ୟ ସୁନ୍ଦର ।।


ଏସବୁ ଗୌରବମୟ ମୁଲକ ୟେ ଉତ୍କଳ ଭୁବନେ

ବର୍ଣ୍ଣନା କରିବା ଅସମ୍ଭବ ସାଦା କାଗଜ କଲମେ

ତେଣୁ ମୋ ଉତ୍କଳ ଅମୃତମୟ ଗୋ ଧରଣୀ ରାଣୀର

ମାନରକ୍ଷା କରିଅଛି ୟେ ସଂସାରେ ଅମୃତ ଉତ୍କଳ ।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics