STORYMIRROR

Dr. Pratap Kumar Swain

Classics

4  

Dr. Pratap Kumar Swain

Classics

ଗୁଣ୍ଡୁଚି କହୁଛି ଶୁଣ

ଗୁଣ୍ଡୁଚି କହୁଛି ଶୁଣ

1 min
385


ଗୁଣ୍ଡୁଚି କହୁଛି ଦୁଃଖ ତାହାର

ଶୁଣ ହେ ମଣିଷ ଭାଇ

ଶ୍ରେଷ୍ଠ ପ୍ରାଣୀ ତୁ ଏହି ସଂସାରରେ

ଅବିବେକୀ ହେଉ କାହିଁ।

ବୃକ୍ଷକୁ ପରା ତୋ ପୂର୍ବଜ ମାନେ

ପୂଜା କରୁଥିଲେ ନିତି

ତାଙ୍କରି ଦାୟାଦ ହୋଇ ତୁ କାଟୁଛୁ

କେତେ ଯେ ବୃକ୍ଷ ଜାତି।

ପଢୁଅଛୁୁ ପରା ରାମାୟଣ ତୁହି

ଶୁଣୁଅଛୁ ପରା ଗୀତା

ଲଙ୍କେଶ ପରି ଦୁଷ୍ଟ ରାକ୍ଷସ

ମଧୁବନର ଯେ ସ୍ରଷ୍ଟା ।

ବିଷଲ୍ଯକରଣୀ ମହୌଷଧୀ ଆଣି

ହନୁମାନ ଯେବେ ଦେଲେ

ଲକ୍ଷ୍ମଣ ପରାଣ ଫେରି ତ ପାଇଲେ

ଶ୍ରୀରାମ ହରଷ ହେଲେ।

ବିକାଶ ନାଆଁ ରେ ଗଢୁଅଛୁ ତୁହି

କେତେ କଳ କାରଖାନା

ମହାଦ୍ରୁମ କାଟି ଉଦ୍ଯାନ ବନାଉ

ହୋଇ ତୁହି ଆନମନା।

ଉଦ୍ଯାନ ମଝିରେ ଘାସରଗାଲିଚା

ବିଛାଇଅଛୁ ତୁ ଭାଇ

ବିଦେଶ ରୁ କେତେ ଘାସ ମଗାଇଛୁ

ମୋ ଦେଶ ପଇସା ଖାଇ।

ସେ ଘାସ ଗାଲିଚା ତୋତେ ଲାଗେ ଭଲ

ପ୍ରିୟା ସହ ବସୁ ତୁହି।

ମୁଁ ଯେବେ ଦଉଡେ ତାହାର ଉପରେ

ପଡେ ମୁହଁ ମାଡି ମୁହିଁ ।

ଗୋଡ ଲାଗିଯାଏ ସେ ଘାସରେ ମୋର

କୋଳିଯାଏ ପୁଣି ହଜି

ଆଣିଥିଲି କୋଳି ଖାଇବା ପାଇଁ ମୁଁ

ପାଏ ନାହିଁ ଆଉ ଖୋଜି।

ଚାରିପାଖେ ତୁହି ଲଗାଇଛୁ ପୁଣି

କେତେଯେ ବିଦେଶୀ ଗଛ।

ଚଢିଲେ ଥରେ ମୋ ମୁଣ୍ଡ ଯାଏ ଘୁରି

ସିଞ୍ଚିଛୁ ତୁ ସେଠି ବିଷ।

ଆରେ ରେ ପାଗଳା ବିଜ୍ଞାନ ନାଆଁ ରେ

ବିନାଶ କରୁଛୁ କାହିଁ

ଏ ପୃଥିବୀ ପରା ସବୁରି ଜନନୀ

ତା ଶୋଭା ଉଜାଡୁ ତୁହି।

ରାମ ବାନ୍ଧିଥିଲେ ସେତୁବନ୍ଧ ପୁଣି

ବାଲି ଝାଡିଥିଲି ମୁହିଁ

ସ୍ନେହରେ ମୋହର ପିଠିକୁ ଶ୍ରୀରାମ

ଦେଲେ ଟିକେ ଥାପୁଡାଇ।

ବର ଯାଚିବାରୁ ମାଗିଥିଲିତାଙ୍କୁ

ଅଳସୁଆ ମୁଁ ନ ହେବି

ସରଳ ଜୀବନ ନିର୍ବାହ କରିଣ

ସୁଖେ ଦିନ ବିତାଇବି।

ମଣିଷ ଜନମ ପାଇ ତୁ ରେ ଧନ

କରୁଛୁ କେତେ ବଡେଇ

ବେଳ ଥାଉଁ ଧନ ସଧୁରିଯାଆରେ

କରୋନା ଯିବରେ ଖାଇ। 

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics