STORYMIRROR

Dhaneswar Dash

Classics

4  

Dhaneswar Dash

Classics

ଦେ ରେ କାଳିଆ ଦେ

ଦେ ରେ କାଳିଆ ଦେ

1 min
287


ଦେ' ରେ କାଳିଆ ଦେ

ଆଶିଷ ଟିକିଏ ଦେ,

ତୋ ଦୁଆରେ ଲାଗେ ଭିଡ

ହେଉ ଥାଏ ବେତ ମାଡ,

ଦରଶନ ପାଇଁ ଟିକେ 

ଅନୁଗ୍ରହ କରିଦେ। 

ଦେ' ରେ କାଳିଆ ଦେ।


ତୋର ବିନା ନାହିଁ ଆନ 

ଯା'ପାଇଁ ଉଡିବ ମନ,

ଭିଡ଼ାଭିଡ଼ି ଭକ୍ତଜନ

ଭାବକୁ ଟିକିଏ ନେ।

ଦେ' ରେ କାଳିଆ ଦେ।


ଦୂରୁ ଦୂରୁ ପଥଶ୍ରମ 

ତୋ ଦର୍ଶନ କରି କାମ୍ଯ,

ବୁଝି ତାଙ୍କ ମନୋରଥ 

ଛଡା ତୁଳସୀ ତୁ ଦେ।

ଦେ' ରେ କାଳିଆ ଦେ।


ମୁକ୍ତିମଣ୍ଡପେ ଆଚ୍ଛନ୍ନ 

ପାଇବାକୁ ଛଡା ଅନ୍ନ

ପୁରା କରି ମନୋରଥ 

ଅବଢା ଟିକିଏ ଦେ।

ଦେ' ରେ କାଳିଆ ଦେ।


କେତେ ଦୁଃଖୀ ତପୀ ଛନ୍ତି

କରୁଣା ପାଇଁ ଆସକ୍ତି,

ତୋର ନାମ ଜପୁଛନ୍ତି 

କୃପାଦୃଷ୍ଟି ଟିକେ ଦେ।

ଦେ' ରେ କାଳିଆ ଦେ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics