Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dhaneswar Dash

Inspirational

3  

Dhaneswar Dash

Inspirational

ଜୀବନର ମୂଲ୍ୟବୋଧ

ଜୀବନର ମୂଲ୍ୟବୋଧ

1 min
135



ଆହେ ଜଗନ୍ନାଥ ପଶାରିଛି ହାତ

ଜୀବନ ଜୀବିକା ପାଇଁ

ଅନିଶ୍ଚିତତାରେ ଜୀବିକା ମୋହର

ଜୀବନର ମୂଲ୍ଯ ନାହିଁ।


ଯେବେ ଜାଣିଗଲି ମୂଲ୍ଯବୋଧ ହେଲା

ଶ୍ରୀକ୍ଷେତ୍ରକୁ ଗଲି ଧାଇଁ

ଧକ୍କା ଲହଡିର ପଡି ଉଠି ଗଲି

ଦିଅଁ ଦରଶନ ପାଇଁ ।


ତୋ ଚକାଆଖିରେ ମୋ ଆଖି ମିଶିଲା

ସବୁ ଗଲି ମନୁ ଭୁଲି

କେବଳ ତୋ ଆଖି ରହିଗଲା ଲାଖି

ଜୟ ଜଗନ୍ନାଥ ବୋଲି ।


ଅସାର ଜୀବନ ଜୀଇବା ଅପେକ୍ଷା

ତୋ ପଦେ ଗଲି ଶରଣ

ଏ ଭବ ସାଗରୁ ପାପ ପୂଣ୍ଯ ଠାରୁ

ରକ୍ଷାକର ନାରାୟଣ । 



Rate this content
Log in

Similar oriya poem from Inspirational