Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dhaneswar Dash

Classics

4  

Dhaneswar Dash

Classics

ପ୍ରିତି ମୈତ୍ରୀ ପର୍ବ ହୋଲି

ପ୍ରିତି ମୈତ୍ରୀ ପର୍ବ ହୋଲି

1 min
393



ଝୁଲି ଝୁଲି ବସି ଦୋଳ ବିମାନରେ

ରାଧାରାଣୀ ସଙ୍ଗେ ରଶିକ ରାଜା,

ପରିକ୍ରମା କରୁଅଛନ୍ତି ନଗର

ଶଂଙ୍ଖ ଭେରି ତୁରୀ ବାଜୁଛି ବାଜା ।


ମନେ ପଡିଯାଏ ଦ୍ବାପର ଯୁଗର 

ବୃନ୍ଦାବନ ରାସ ରସନା କେଳି,

ମଥୁରା ନଗରୀ ଗୋପାଙ୍ଗନା ସହ

ରଙ୍ଗ ପିଚକାରି ଫଗୁଣ ହୋଲି ।


ଭିଜୁଥିଲା ଅଙ୍ଗ ବସନ ରଙ୍ଗରେ

ଦିଶୁଥିଲା ଅଙ୍ଗ ଅତିବ ଶୋଭା,

ବାରି ବାରି କରି ପ୍ରତି ଗୋପନାରୀ 

ପ୍ରିତି ଚୁମ୍ବନରେ ରଚନ୍ତି ଆଭା ।


ରାଧାରାଣୀ ଅଟେ ପ୍ରେମର ପ୍ରତିକ

ଭୁଲି ହୁଏନାହିଁ ସେଇ ଗାରିମା,

କଳିଯୁଗ ପାଇଁ ସାଶ୍ବତ ପ୍ରେମର 

ନିଦର୍ଶନ ଦିଏ ଦୋଳ ପୂର୍ଣ୍ଣିମା ।


ଛାଡି ମନୁ ଭେଦ ନୂତନ ଭାବର 

ଆଦାନପ୍ରଦାନ ହୋଲି ପରବ,

ପଛ କଥା ଭୁଲି ଏକ ସଙ୍ଗେ ମିଳି 

ଭରିଦେବା ଜୀବନରେ ତରଙ୍ଗ ।



Rate this content
Log in

Similar oriya poem from Classics