STORYMIRROR

Dhaneswar Dash

Inspirational

4  

Dhaneswar Dash

Inspirational

ଆପଣେଇ ନେଏ ମୋତେ ବନ୍ଧୁ ଭାବରେ

ଆପଣେଇ ନେଏ ମୋତେ ବନ୍ଧୁ ଭାବରେ

1 min
242


ତୋର ଷୋଳ କଳା ମୁଁ ତ କଳା ବିହୀନ

ସେଥିପାଇଁ ହେଉଛି କି ମୁଁ ହିନିମାନ,

ତୋ କଳାରୁ ଟିକେ ମୋତେ ଲଗାଇ ଦେବୁ

ସଖା ପଣରେ ଯେମିତି ଥିଲା ଅର୍ଜୁନ ।


ବନ୍ଧୁ ସଖା ଏକ ଭାବ ତୋହର ସାଥେ

ଦୂରେଇ ରଖିଛୁ କହ କାହିଁକି ମୋତେ,

ତୁ ପରା ଜଗତ ବନ୍ଧୁ ଜଗତ ନାଥ

ମୁଁ କି ଜଗତ ଜନଠୁ ବାହାର ସତେ । 


ଭାବ ବିନୋଦିଆ ଭାବ ଦେବା ନେବାରେ 

ମୋ ଭାବ କାହିଁକି ରଖିଛୁ ଅଭାବରେ, 

ତୋ କରୁଣା ବଳେ ପଙ୍ଗୁ ଲଙ୍ଘୁଛି ସିନ୍ଧୁ 

ମୋ ପାଇଁ କରୁଣା ଉଣା କେଉଁ ଭାବରେ ?


ତୋର ନାମ ମୋ ମୁଖରେ ରହୁ ସର୍ବଦା 

ଜୀବନରେ କାହିଁ ମୋତେ ରଖିଛୁ ଅଧା,

ତୋ ରୂପ ଦର୍ଶନ ପାଇଁ ମନ ବ୍ଯାକୁଳ 

କାହିଁକି ଆସୁଛି ମୋ ପାଇଁକି ଦ୍ବିବିଧା ?


ଆପଣେଇ ନେଏ ମୋତେ ବନ୍ଧୁ ଭାବରେ

ବଞ୍ଚିତ ନ ରୁହେ ଯେହ୍ନେ ତୋର ଆଦରେ, 

ତୋ ପାଇଁ ଅଧୁରା ନ ରହୁ ମୋ ଜୀବନ

ତୋ ଚରଣ ରେଣୁ ରହୁ ମଥା ଉପରେ ।।


Rate this content
Log in

Similar oriya poem from Inspirational