STORYMIRROR

Ghanashyam Jena

Inspirational

4  

Ghanashyam Jena

Inspirational

ବଳିଆ ବଚନଘନଶ୍ୟାମ ଜେନା

ବଳିଆ ବଚନଘନଶ୍ୟାମ ଜେନା

1 min
637

               


ନର୍କ ଓ ସ୍ଵର୍ଗର ମଧ୍ୟରେ ପୃଥିବୀ,

   ସୁରାସୁର ମଧ୍ୟେ ନର,

 ଜୀବନର ଗତି ଉର୍ଦ୍ଧ୍ବ ନା ଅଧକୁ

    ଏଇଠୁ କର ବିଚାର।


କାହାରି ମନରେ ଦିଅନାହିଁ କୋହ

    କାହାଠାରେ ଅତି ମୋହ,

  ସମୟ ଚକ୍ରରେ  ବୟସ ହଜଇ

    ଆଜହୁଁ ସଜାଗ ହୁଅ।


 କାଲିଟା କେବଳ ଅତି ନିକଟରେ

    ଭଲ କର ଭଲ ହୁଅ

  ଯେମିତି ହେଉ ବା,ଭଲରେ ଭଲରେ

     ଭଲ ହୁଅ ଭଲ ପାଅ।


  ଭଲରେ ଭଲରେ ଭଲ ଜନମଟା

      କଟିଯାଉ ଭଲଭାବେ,

   ଆର ଜନମଟା, ଏଇଠୁ ଆରମ୍ଭ

      ମନେ ରଖିଥିବୁ ଭବେ।

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational