STORYMIRROR

Satyabati Swain

Inspirational

4  

Satyabati Swain

Inspirational

ପୁରୁଷ ଜୀବନ ସାର୍ଥକ କରୁଅଛ

ପୁରୁଷ ଜୀବନ ସାର୍ଥକ କରୁଅଛ

1 min
441


ଯାହା ଗର୍ଭେ ରହି ଗୋଇଠା ମାରିଛି

    ସହିଛି ମୋ ଅଳି ଅର୍ଦଳି

ରୋଗରେ ପଡିଲେ ଆଖିରେ ଯାହାର

     ଶ୍ରାବଣ ପଡିଛି ଗଳି।


ମୋର ଘୁଅ ମୁତେ ଲଟର ପଟର

   ହୋଇଛି ଯାହାର ଦେହ

ମୋ ଶୁଖିଲା ମୁହଁ ଦୁଃଖ କଷ୍ଟ ଦେଖି

    କାନ୍ଦେ ଯେ ଲହୁ ଲୁହ।


ମୋ ମୁହଁର ହସ ଯାହାର ତପସ୍ୟା

    ସିଏ ମୋ ଚଳନ୍ତି ଦେବୀ

ମା ସିଏ ମୋର ଖୁସି ମହୁଝର ଟେ

    ସବୁଠୁ ସୁନ୍ଦର ତା ଛବି।


ଭାଇ ଡାକିଦେଲେ ମୋ ମନ ପୁରଇ

  ରାକ୍ଷୀର ହସ ଯେ ମୋର

ଭାଇ ଭଉଣୀର ଅତୁଟ ବନ୍ଧନ 

  ଏ ସଂସାରେ ସବୁଠି ସାର।


ମୋ ସୁନା ଭଉଣୀ ହସ ଟିକେ ପାଇଁ

    ଲଙ୍ଘିପାରେ ପରବତ

ତା ନିରିମଳ ପ୍ରେମ ମୋ ଜୀବନରେ

   ଢାଳେ ଖୁସିର ଅମୃତ।


ଯୁବ ବୟସର ଲଗାମ ଯା ହାତେ

   ଜୀବନ ସଙ୍ଗିନୀ ହୋଇ

ପତ୍ନୀ ପ୍ରିୟତମା ମୋ ଚାଲା ପଥର

    ପ୍ରିୟତମ ସାଥୀ ସେହି।


ସେହି ଗଢେ ସୁନା ସଂସାର ମୋହର

   ହାତେ ଧରି ତାର ହାତ

ତା ପାଇଁ ଜୀବନ ଖୁସିରେ ଝୁମେ ମୋ

    ସିଏ ମୋ ପରାଣ ମିତ।


ପିତୃତ୍ୱ ଯା ପାଇଁ ଗର୍ବରେ ହସଇ

   ଦୁହିତା ରତ୍ନ ସେ ମୋର

ମୋ ଘର ଆଲୁଅ ଯାହା ହସ ଖେଳେ

   ପାଲଟେ ସରଗପୁର।


ପୂର୍ଣ୍ଣାଙ୍ଗ ପୁରୁଷ କେବଳ ମୁଁ ମାତ୍ର

   ଏଇ ଚାରି ଜଣ ପାଇଁ

ଜନନୀ ଭଗିନୀ ଜାୟା କନ୍ୟା ତୁମେ

    ଶକ୍ତି,ପ୍ରେମ ଖୁସି ନଈ।


"ନାରୀ ନାରାୟଣୀ" ଜନନୀ ଭଗିନୀ

    ଦୁହିତା ରୂପରେ ତୁହି

"ପୁରୁଷ ଜୀବନ ସାର୍ଥକ କରୁଅଛ"

    ଚିର ନମସ୍ୟ ହୋଇ।


କିନ୍ତୁ ଦୁଃଖ ମୋର ମୋ ପରି କିଛି

  ମୂର୍ଖ ଅବିବେକ ହୋଇ

ଅସମ୍ମାନ ଅସଦାଚରଣ କରି

  ଅପବିତ୍ର କରନ୍ତି ମହୀ ।  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational